ବସ୍‌ରେ ଯାତ୍ରୀ ବଦଳରେ ବୁହାହେଉଛି ସାମଗ୍ରୀ, ଚଢାଉ କଲା ଜିଏସଟି ବିଭାଗ

ପଦ୍ମପୁର ୩।୧୨: ବରଗଡ଼ ଜିଲ୍ଲା ପଦ୍ମପୁର ଠାରେ ଜିଏସଟି ବିଭାଗ ପତ୍ରରୁ ଏକ ବସ୍ ଉପରେ ଚଢାଉ କରାଯାଇଛି ।  ମହିନ୍ଦ୍ରା ବସ୍ ରାଏପୁରରୁ ବଲାଙ୍ଗୀର ଅଭିମୁଖେ ଯାଉଥିବା ସମୟରେ ପଦ୍ମପୁରଠାରେ ଏହି ଚଢାଉ କରିଛି ସମ୍ବଲପୁର ଜିଏସଟି ବିଭାଗର ସ୍ଵତନ୍ତ୍ର ଟିମ୍ । ବିଭାଗ ପକ୍ଷରୁ ବସରେ ଥିବା ସାମଗ୍ରୀର କାଗଜପତ୍ର ଯାଞ୍ଚ କରୁଛି ବିଭାଗ ।

ବିଭିନ୍ନ ସୂତ୍ରରୁ ଖବର ପାଇଁ ଜିଏସଟି ବିଭାଗ ଏହି ବସରେ ରେଡ୍ କରିଛି । ଏହି ବସ୍ ଯାତ୍ରୀ ବଦଳରେ ବିଭିନ୍ନ ସାମଗ୍ରୀ ନେଉଛନ୍ତି । ବସରେ ଲୋକଙ୍କ ବଦଳରେ ସିଟରେ ସାମଗ୍ରୀ ନେବା ପାଇଁ ବ୍ୟବସ୍ଥା କରାଯାଇ ଚାଲାଣ କରାଯାଉଛି। ଜିଏସଟି ବିଭାଗ ଚଢ଼ାଉ କରିଥିବା ସମୟରେ ଆରଟିଓ ବିଭାଗର ମଧ୍ୟ ନଜର ଏଥିରେ ପଡିବା ଏବେ ଜରୁରୀ ହୋଇପଡିଛି ।

Spread the love