ସୁରତରୁ ଫେରୁଥିବା ଆଉ ଏକ ବସ୍ ଦୁର୍ଘଟଣାଗ୍ରସ୍ତ

ଆଉ ଏକ ବସ୍ ଦୁର୍ଘଟଣାଗ୍ରସ୍ତ , ସୁରତରୁ ଓଡିଆଙ୍କୁ ନେଇ ଗଂଜାମ ଆସୁଥିବା ଆଉ ଏକ ବସ୍ ନାଗପୁର-ଅମରାବତୀ ରାଜପଥରେ ଓଲଟିଲା ।

ସୂଚନାଯୋଗ୍ୟ, ସୁରତରୁ ଆସୁଥିବା ଯାତ୍ରୀବାହୀ ବସ ଗଂଜାମ ଓ କନ୍ଧମାଳ ଜିଲ୍ଲାର ସୀମାରେ ଥିବା କଳିଙ୍ଗା ଘାଟିରେ ଗତକାଲି  ସନ୍ଧ୍ୟା ସାଢ଼େ ୭ଟାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି। ୪୦ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଥିବାବେଳେ ୨ଜଣ ଚାପି ହୋଇଥିବା ସୂଚନା ମିଳିଛି ।

ସେମାନଙ୍କ ଉଦ୍ଧାର ଜାରି ରହିଥିବା ନେଇ ଜି. ଉଦୟଗିରି ଏସଡିପିଓ କହିଛନ୍ତି । ତେବେ ବସ୍ ରେ କେତେଜଣ ପ୍ରବାସୀ ଓଡ଼ିଆ ଥିଲେ ତାହା ନେଇ ସୂଚନା ମିଳିପାରିନାହିଁ ।

Spread the love