ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ

ଜମ୍ମୁ-କାଶ୍ମୀର ସ୍ଥିତ ଡୋଡାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ୮ ଜଣଙ୍କର ମୃତ୍ୟୁ ହେବା ସହ ପାଖାପାଖି୧୫ ଜଣ ଆହତ ହୋଇଛନ୍ତି । ଗୁରୁବାର ସକାଳ ଠଥରୀ-ଡୋଡା ମାର୍ଗରେ ହୋଇଥିବା ସଡ଼କ ର୍ଦୁଘଟଣାରେ ପ୍ରାୟ ୮ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୧୨ରୁ ଅଧିକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ପ୍ରାଥମିକ ସୂଚନାଥାଉକି, ଗୋଟିଏ ମିନିବସ୍ ଠଥରୀରୁ ଡୋଡା ଅଭିମୁଖେ ଯାଉଥିଲା । ସେହି ସମୟରେ ଗାଡ଼ି ଚାଳକ ଗାଡ଼ି ଉପରୁ ନିଜର ନିୟନ୍ତ୍ରଣ ହରାଇବା ପରେ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଦ୍ଧାର କାର୍ଯ୍ୟରେ ସୁରକ୍ଷାବଳ ମଧ୍ୟ ସହାୟତା କରୁଛନ୍ତି ।

Spread the love