ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌

ଯାଜପୁର,୧୫/୦୯: ଯାଜପୁରରେ ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ ଓଲଟି ପଡ଼ିଥିବା ଜଣାପଡ଼ିଛି । ଅଳକୁଣ୍ଡରୁ ଯାଜପୁର ରୋଡ ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ ‘ସୀମା’ କୋରାଇ ଥାନା ଧନେଶ୍ୱର ଛକ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଛି । ଫଳରେ ଦୁର୍ଘଟଣାରେ ଜଣେ ଶିଶୁ ସମେତ ୬ ଜଣ ଆହତ ହୋଇଥିବା ସୂଚନା ମିଳିଥିବା ବେଳେ ସେମାନଙ୍କୁ ଡାକ୍ତରଖାନାକୁ ନିଆଯାଇଛି ।

Spread the love