ହାଇଓ୍ଵାକୁ ପିଟିଲା ଯାତ୍ରୀବାହୀ ବସ୍‌, ୨ ମୃତ

ରାଉରକେଲା : ଭୁବନେଶ୍ୱର – ରାଉରକେଲା ଆସୁଥିବା ‘ପ୍ରଭା’ ବସ୍‌ ସହ ହାଇଓ୍ଵାର ଧକ୍କା । ଆଜି ଭୋର୍ ୪.୧୦ ସମୟରେ ଚାନ୍ଦିପୋଷରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସ୍‌ଟି ଚାନ୍ଦିପୋଷ ଖୁସବୁ ଢ଼ାବା ପାଖରେ ଛିଡ଼ା ହୋଇଥିବା ହାଇୱାକୁ ଧକ୍କା ଦେବାରୁ ଏଭଳି ଅଘଟଣ ଘଟିଛି। ମୃତକଙ୍କ ମଧ୍ୟରେ ରାଉରକେଲାର ବସ୍ ମାଲିକ ସତ୍ୟ ପ୍ରକାଶ ନାୟକଙ୍କ ସହ ଜଣେ ନାବାଳିକା ଅଛନ୍ତି ବୋଲି ଜଣାପଡିଛି।

Spread the love