ଭୁବନେଶ୍ୱରରୁ କଲିକାତା ଯାଉଥିଲା ବସ୍‌ ଦୁର୍ଘଟଣା, ଜଣେ ମୃତ, ୧୩ ଗୁରୁତର

ଟ୍ରକକୁ ପଛପଟୁ ଧକ୍କା ଦେଲା ବସ୍‌ । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ଜଣ ଗୁରୁତର ହୋଇଛନ୍ତି ।ଓଡିଶା ଓ ପଶ୍ଚିମ ବଙ୍ଗ ସୀମା ଲକ୍ଷ୍ମଣନାଥ ଟୋଲ ପ୍ଲାଜା  ନିକଟରେ ଘଟିଛି ଏହି ଦୁର୍ଘଟଣା ।

ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ସୋନେକ୍ସ ନାମକ ଯାତ୍ରୀବାହୀ ବସ୍‌ ଭୁବନେଶ୍ୱରରୁ କଲିକତା ଅଭିମୁଖେ ବାହାରିଥିଲା । ହେଲେ ଓଡିଶା ଓ ପଶ୍ଚିମ ବଙ୍ଗ ସୀମା ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନିକଟରେ ଘଟିଲା ଦୁର୍ଘଟଣା । ଯାତ୍ରୀବାହୀ ବସ୍‌ଟି ଭାରସାମ୍ୟ ହରାଇ ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା ।

ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍‌ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ବସ୍‌ ଡ୍ରାଇଭରର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ବେଳେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ କିଛି ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ସଂପର୍କରେ ଖବର ପାଇ ସ୍ଥାନୀୟ ଦାନ୍ତୁଣ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସ୍‌କୁ ଜବତ କରି ତଦନ୍ତ ଜାରି ରଖିଛି ।

Spread the love