ଘରୋଇ ବସ୍ ମାଲିକ ସଂଘର ସୂଚନା, ରାଜ୍ୟରେ ପୁଣି ବଢ଼ିଲା ବସ୍ ଭଡ଼ା
ଭୁବନେଶ୍ୱର, ୧୮/୦୪: ରାଜ୍ୟରେ ପୁଣି ବଢ଼ିଲା ବସ୍ ଭଡ଼ା । ସାଧାରଣ ଏବଂ ଏକ୍ସପ୍ରେସ୍ ବସ୍ ଭଡ଼ା ୨ ପଇସା ବୃଦ୍ଧି ହୋଇଛି । ଡିଲକ୍ସ ଏବଂ ଏସି ଡିଲକ୍ସ ଭଡ଼ା ୪ ପଇସା ବୃଦ୍ଧି ହୋଇଛି । ସୁପର ପ୍ରିମିୟମ୍ ଭଡ଼ା କିମି ପିଛା ୬ ପଇସା ବୃଦ୍ଧି ହୋଇଛି । ଭଡ଼ା ବୃଦ୍ଧି ନେଇ ଘରୋଇ ବସ୍ ମାଲିକ ସଂଘର ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି । ଅଟୋମେଟିକ୍ ମେକାନିଜିମ୍ ଆଧାରରେ ବସ୍ ଭଡ଼ା ବୃଦ୍ଧି କରାଯାଇଥିବା ଜଣାପଡ଼ିଛି ।