ବଢ଼ିଲା ବସ୍ ଭଡା

କଟକ ୩୧/୦୩: ପ୍ରଟ୍ରୋଲ, ଡିଜେଲ ଦରବୃଦ୍ଧି ପରେ ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ । ରାଜ୍ୟରେ ବଢିଲା ବସ ଭଡା । ସାଧାରଣ ଵସ୍ ଭଡା ୮୭ ପଇସାରୁ ୯୦ପଇସା ହେଲା । ସେହିଭଳି ଏକ୍ସପ୍ରେସ ଭଡା ୯୧ରୁ ୯୪ ପଇସାକୁ ବୃଦ୍ଧି ହୋଇଛି । ଏହାସହ ଡିଲକ୍ସ ଵସ୍ ଭଡା ୧ଟଙ୍କା ୨୫ରୁ ୧ଟଙ୍କା ୩୧ହୋଇଥିବାବେଳେ ଏସି ଡିଲକ୍ସ ଭଡା କିମି ପିଛା ୧ଟଙ୍କା ୫୩ରୁ ୧ଟଙ୍କା ୫୯ ପଇସାକୁ ବୃଦ୍ଧି ହୋଇଛି ।

ସୁପର ଡିଲକ୍ସ ଭଡା ୨ଟଙ୍କା ୩୮ରୁ ୨ଟଙ୍କା ୪୭ ଫିସା ହୋଇଛି । ଭଡା ବୃଦ୍ଧି ନେଇ ଅଲ ଓଡିଶା ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ଏହି ସୂଚନା ଦେଇଛନ୍ତି । ସବୁ ଜିନିଷର ଦରଦାମ ବୃଦ୍ଧି ପରେ ବସ ଭଡା ବଢିବା ଖାଉଟିଙ୍କୁ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି ।

Spread the love