ପୁଣି ବଢ଼ିଲା ବସ୍‌ ଭଡ଼ା

ତୈଳ ଦରରେ ବୃଦ୍ଧି ଘଟିବା ସହ ଆଜିଠାରୁ ବସ ଯାତ୍ରା ପୁଣି ମହଙ୍ଗା ହୋଇଛି। ସାଧାରଣ ବସ୍ ଭଡ଼ା କିଲୋମିଟର ପିଛା ୭୪ ପଇସା ଥିଲା ବେଳେ ଏବେ ତାହା ବୃଦ୍ଧି ପାଇ ୮୦ ପଇସା ହୋଇଛି।
ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା ୭୭ରୁ ୮୪ ପଇସା, ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୯ ପଇସାରୁ ୧ ଟଙ୍କା ୧୧ ପଇସା ହୋଇଛି। ଏସି ଡିଲକ୍ସ ଭଡ଼ା ବି ବଢ଼ିଛି। ଏସି ଡିଲକ୍ସ ବସ୍‌ ଭଡ଼ା ୧ ଟଙ୍କା ୩୧ ପଇସାରୁ ବଢ଼ି ୧ ଟଙ୍କା ୩୯ ପଇସା ହୋଇଛି। ପ୍ରଥମ ଥର ପାଇଁ ସୁପର୍ ପ୍ରିମିୟମ୍ ବସ୍ ନିମନ୍ତେ ସ୍ୱତନ୍ତ୍ର ଭାବେ ଦର ଧାର୍ଯ୍ୟ କରାଯାଇଛି। ଏହି ବସ୍ ଭଡ଼ା କିଲୋମିଟର ପିଛା ୨ ଟଙ୍କା ୧୭ ପଇସା କରାଯାଇଛି।

Spread the love