୭ଟି ବସ୍‌ରେ କଳା କନା ବୁଲାଇଲେ

କଣ୍ଟାବାଞ୍ଜି ୧୪/୧୧: କଣ୍ଟାବାଞ୍ଜି ବସ ଷ୍ଟାଣ୍ଡରେ ରହୁଥିବା ୭ଟି ବସରୁ ଚୋରି । ବିଲମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ । ଚୋରମାନେ ଏକା ଥରକେ ୭ଟି ଅଧି ବସ୍‌ରୁ ଚୋରି କରିଥିବା ବେଳେ କିଏ କିଛି ଜାଣି ପାରିଲେ ନାହିଁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ବସ ଷ୍ଟାଣ୍ଡରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ କେମିତି ଚୋର ମାନେ ବସ୍‌ରୁ ଚୋରି କରିବାରେ ସଫଳ ହେଲେ ତାହା ବର୍ତମାନ ସମୟରେ ପ୍ରଶ୍ନବାଚି ସୃଷ୍ଟି କରୁଛି । ବଲାଙ୍ଗିର, ଜୟପୁର, ଭବାନିପାଟଣା ରୁ ଆସୁଥିବା ବସ କଂଟାବାଞ୍ଜି ବସ ଷ୍ଟାଣ୍ଡରେ ରାତିରେ ରହି ପୁଣି ସକାଳୁ ବାହାରିଥାଏ । ତେବେ ଚୋର ମାନେ କିଛି ବସ ରୁ ମୋଇବାଲ, ଟଙ୍କା ନେଇଯାଇଥିବା ବେଳେ ଗାଡି କର୍ମଚାରୀ ମାନେ ବ୍ୟବହାର କରୁଥିବା କପଡା ମଧ୍ୟ ନେଇ ଫେରାର ହୋଇଯାଇଛନ୍ତି । ବାବା ଶଙ୍କର ଗାଡିରୁ ପ୍ରାୟ ୬ ହଜାର ଟଙ୍କା ନେଇଥିବା ବେଳେ ଶତାବ୍ଦି ବସରୁ ଗାଡିରେ ବ୍ୟବହାର ହେଉଥିବା ମୋବିଲ କାଟୁନ, ସେହି ପରି ସାରଲା, ବଜରଙ୍ଗବଲି, ଆକାଶ ବସ ରୁ ମଧ୍ୟ ଏମିତି ଚୋରି ହୋଇଛି ।

ବସଷ୍ଟାଣ୍ଡରେ ପେଟ୍ରୋଲିଂ କଡାକଡି କରିବାକୁ ବସ କର୍ମଚାରି ମାନେ ଦାବି କରିବା ସହ ଏହାର ତଦନ୍ତ କରି ଚୋରକୁ ଧରୁବାକୁ ଦାବି କରୁଛନ୍ତି । ଯଦି ଏମିତି ଚୋରି ହେବ ତେବେ ବସ କର୍ମଚାରି ମାନେ ତାଙ୍କ ଜିବିକା ହରାଇବେ ବୋଲି କହିଛନ୍ତି ।

Spread the love