ବୁଧବାରଠୁ ରାଜ୍ୟରେ ବସ୍ ଚଳାଚଳ ବନ୍ଦ

ବୁଧବାରଠୁ ରାଜ୍ୟରେ ବନ୍ଦ ରହିବ ବସ୍ ଚଳାଚଳ । ରାଜ୍ୟ ସରକାର ଲକଡାଉନ୍ ଗାଇଡଲାଇନରେ ଏନେଇ ସୂଚନା ଦେଇଛନ୍ତି । ଅର୍ଥାତ ସମସ୍ତ ବସ୍ ସେବାକୁ ବନ୍ଦ କରାଯାଇଛି ।

କରୋନା ସଂକ୍ରମଣ ରୋକିବାକୁ ଓଡିଶା ସରକାର ଜାରି କରିଛନ୍ତି ଗାଇଡଲାଇନ୍ । ଏହି ଗାଇଡଲାଇନ୍ ଅନୁସାରେ, ବୁଧବାର ବା ଆସନ୍ତା ୫ ତାରିଖରୁ ସମସ୍ତ ବସ୍ ଚଳାଚଳ ବନ୍ଦ ରହିବ । ଏହି ନିୟମ ୧୯ ତାରିଖ ଯାଏଁ ବଳବତ୍ତର ରହିବ ।

ସୂଚନାଯୋଗ୍ୟ, ଲକଡାଉନ୍ ସମୟରେ ଜରୁରୀ ସେବାକୁ ଛାଡିଦେଲେ ସବୁ କିଛି ବନ୍ଦ । ଜରୁରୀ କାମ ନଥିଲେ ଘର ନବାହାରିବାକୁ ପରାମର୍ଶ ଦିଆଯାଇଛି । ସମସ୍ତ ଦୋକାନ ବଜାର ଓ ପ୍ରତିଷ୍ଠାନ ବନ୍ଦ ରହିବ । ତେବେ କଟକଣା ସମୟରେ ସମସ୍ତ ମେଡିକାଲ, କ୍ଲିନିକ୍, ନର୍ସିଂ, ହୋମ୍, ମେଡିସିନ୍ ଷ୍ଟୋର ଆଦି ଖୋଲା ରହିବ । ରେଳ ଓ ବିମାନ ସେବା ମଧ୍ୟ ଜାରି ରହିବ ।

ଲକଡାଉନ୍ ପାଇଁ ପୋଲିସ ପକ୍ଷରୁ କଡା ଚେକିଂ ବ୍ୟବସ୍ଥା ହୋଇଛି । ଅମାନିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି ସମୟରେ  ଜୋରଦାର ଚେକିଂ ଓ ବ୍ଲକିଂ କରାଯିବ । ଟ୍ବିନସିଟିରେ ପାଟ୍ରୋଲିଂ ଆହୁରି କଡାକଡି ଭାବେ ପାଳନ ହେବ ।

Spread the love