ଆସନ୍ତା ୩୧ ତାରିଖ ଯାଏ ଧର୍ମଘଟକୁ ସ୍ଥଗିତ ରଖିଲା ସଂଘ

ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆସନ୍ତା ୩୧ ତାରିଖ ଯାଏ ଧର୍ମଘଟକୁ ସ୍ଥଗିତ ରଖିଲା ଘରୋଇ ବସ ମାଲିକ ସଂଘ । ମୁଖ୍ୟମନ୍ତ୍ରୀ ଓ ପରିବହନ ମନ୍ତ୍ରୀଙ୍କ ଅପିଲ ପରେ ଧର୍ମଘଟ ସ୍ଥଗିତ ରଖିଲେ ସଂଘ । ଏବେ ଠାରୁ ବସ ଚଳାଚଳ ସ୍ୱାଭାବିକ ହେବ ବୋଲି ପ୍ରେସ ମିଟ ଜରିଆରେ କହିଲା ସଂଘ । ଆସନ୍ତା ୨୬ ତାରିଖରେ କଣ ଲିଖିତ ପ୍ରତିଶ୍ରୁତି ମିଳୁଛି ଦେଖିବା ପରେ ସଂଘ ନିଷ୍ପତି ନେବ ବୋଲି ଘୋଷଣା କଲା ସଂଘ ।

ଆସନ୍ତା ୨୬ ତାରିଖରେ ପୁଣି ଥରେ ଆଲୋଚନା ପାଇଁ ବସିବ ସଂଘ । ଆଜି ରାଜ୍ୟ ସରକାରଙ୍କ ସହ ଘରୋଇ ବସ୍ ମାଲିକ ସଂଘର ଆଲୋଚନା ସକାରାତ୍ମକ ହୋଇ ଥିଲା । ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ସଂଘର ଏକ ପ୍ରତିନିଧି ଦଳ ଆଲୋଚନା କରିଥିଲା । ଷ୍ଟିଅରିଂ କମିଟି ବୈଠକ ପରେ ୧ ଘଣ୍ଟା ମଧ୍ୟରେ ସଂଘ ଚୂଡାନ୍ତ ନିଷ୍ପତ୍ତି ନେବ ବୋଲି ସୂଚନା ଦେଇଥିଲେ ରାଜ୍ୟ ଘରୋଇ ବସ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ।
Spread the love