ଗାନ୍ଧୀଙ୍କ ଅହିଂସା ନୀତି ଆଦର୍ଶରେ ଗଢା ହୋଇଥିବା କଂଗ୍ରେସ ଏବେ ଦେଶରେ ହିଂସା କରୁଛି : ସମୀର ମହାନ୍ତି

ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧୀ କଂଗ୍ରେସ ସମେତ କିଛି ଆଂଚଳିକ ଦଳ ଦେଶର ଜନତାଙ୍କୁ ବିଭ୍ରାନ୍ତ କରି ହିଂସା ସୃଷ୍ଟି କରୁଛନ୍ତି । ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ନିର୍ଯ୍ୟାତନାର ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟାଲଘୁ ବର୍ଗର ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ କରାଯିବାର ବ୍ୟବସ୍ଥା ଏହି ଆଇନରେ ରହିଛି । ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁଣ୍ଣ ହେବନି । ଯେଉଁ କଂଗ୍ରେସ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଅହିଂସା ନୀତି ଆଦର୍ଶରେ ତିଆରି ହୋଇଥିଲା ସେହି କଂଗ୍ରେସ ଏବେ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଦେଶରେ ହିଂସାର ବାତାବରଣ ତିଆରି କରୁଛି ବୋଲି ଭଦ୍ରକଠାରେ ନାଗରିକତା ସଂଶୋଧନ ଆଇନ ସଚେତନତା ରାଲିରେ ଯୋଗ ଦେଇ କହିଛନ୍ତି ରାଜ୍ୟ ସଭାପତି ସମୀର ମହାନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ, ବିରୋଧୀ କଂଗ୍ରେସ ଏବଂ କିଛି ଆଂଚଳିକ ଦଳ ନାଗରିକତା ସଂଶୋଧନ ଆଇନବିରୁଦ୍ଧରେ କୁପ୍ରଚାର କରୁଛନ୍ତି । ଏହି ଆଇନ ଦ୍ୱାରା ଭାରତ କିମ୍ବା ଭଦ୍ରକରେ ରହୁଥିବା କୌଣସି ଜଣେ ହେଲେ ବି ମୁସଲମାନ ଭାଇ ଭଉଣୀମାନଙ୍କର ନାଗରିକତା ଯିବନାହିଁ । ସ୍ୱାଧୀନତା ପରେ ଦୀର୍ଘ ୭୦ ବର୍ଷ ଧରି ପାକିସ୍ତାନରେ ଆମ ଦେଶର ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ଖ୍ରୀଷ୍ଟ ଏବଂ ପାର୍ସୀ ଧର୍ମର ଲୋକଙ୍କୁ ଅତ୍ୟାଚାର କରି ଧର୍ମ ପରିବର୍ତନ କରାଯାଇଛି । ଏବେ ନାଗରିକତା ସଂଶୋଧନ ଆଇନ ଦ୍ୱାରା ଏବେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଙ୍ଗଲାଦେଶର ଧାର୍ମୀକ ଉପ୍ତିଡନର ଶୀକାର ହୋଇଥିବା ଶରଣାର୍ଥୀମାନଙ୍କୁ ଭାରତର ନାଗରିକତା ମିଳିପାରିବ ।
ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରି ଏକ ବିରାଟ ଶୋଭାଯାତ୍ରା ନୂଆ ବସଷ୍ଟାଣ୍ଡ ସ୍ଥିତ ଦକ୍ଷିଣେଶ୍ୱର କାଳି ମନ୍ଦିରରୁ ବାହାରି ପୂରା ସହର ପରିକ୍ରମା କରି ନୂତନ ଜିଲ୍ଲାପାଳ କାର୍ଯ୍ୟାଳୟ ସନ୍ନିକଟ ସଭାସ୍ଥଳ ପର୍ଯ୍ୟନ୍ତ ଆସିଥିଲା । ଏହି ସଚେତନତା ରାଲିରେ ବିଧାୟକ ବିଷ୍ନୁ ସେଠୀ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, କୃଷ୍ନଚନ୍ଦ୍ର ମହାପାତ୍ର, ଜିଲ୍ଲା ସଭାପତି ହେମନ୍ତ ପାଢୀ, ଅଭିମନ୍ୟୁ ସେଠୀ, ମାଧବାନନ୍ଦ ମଲ୍ଲିକ, ଡ.ପ୍ରଦୀପ ନାୟକ, ବଦ୍ରିନାରାୟନ ଧଳ ପ୍ରମୁଖ ନେତୃତ୍ୱ ନେଇଥିଲେ ା ଜିଲ୍ଲାର ଶରତ ପଢିଆରୀ, ତପନ ମହାନ୍ତି, ମନସ୍ମିତା ଖୁଂଟିଆ, ଶଙ୍କର୍ଷଣ ଜେନା ପ୍ରମୁଖଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଏହି ଶୋଭାଯାତ୍ର ଏବଂ ସଭାରେ ଉପସ୍ଥିତ ଥିଲେ । ଆଜିର ଏହି ସମାବେଶରେ ସ୍ଥାନୀୟ ଅଂଚଳର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ, ବୁଦ୍ଧିଜୀବୀ ଏବଂ ବିଭିନ୍ନ ଅନୁଷ୍ଠାନ ମଧ୍ୟ ସାମିଲ ହୋଇଥଲେ । ସଭା ପରେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ସ୍ଥାନୀୟ କିଛି ବୁଦ୍ଧିଜିବୀଙ୍କୁ ସାକ୍ଷାତ କରି ନାଗରିକତା ସଂଶୋଧନ ଆଇନ ସଂପର୍କିତ ପ୍ରଚାର ପତ୍ର ବଂଟନ କରିବା ସହ ଆଲୋଚନା କରିଥିଲେ । ସଭା ପୂର୍ବରୁ ନବନିର୍ବାଚିତ ସଭାପତି ଶ୍ରୀ ସମୀର ମହାନ୍ତିଙ୍କୁ ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ବ୍ୟାପକ ସମ୍ବର୍ଦ୍ଧନା ପ୍ରଦାନ
କରାଯାଇଥିଲା ।

Spread the love