ସିଏଏ ସମର୍ଥନରେ ରାଲି କରୁଥିବା ବିଜେପି ନେତାଙ୍କୁ ଚାପୁଡା ମାରିଲେ ମଧ୍ୟପ୍ରଦେଶର ଜିଲ୍ଲାପଳ

ମଧ୍ୟପ୍ରଦେଶରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ସମର୍ଥନରେ ପ୍ରଦର୍ଶନ ସମୟରେ ଜଣେ ଭାଜପାକର୍ମୀଙ୍କୁ ଜିଲାପାଳ ଚାପୁଡ଼ା ମାରିଛନ୍ତି। ଏବେ ଏହାର 1 ମିନିଟ୍‌ 11 ସେକେଣ୍ଡର ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସ୍ଥାନୀୟ ରାଜଗଡ଼ରେ ସିଏଏ ସମର୍ଥନରେ ତ୍ରିରଙ୍ଗା ଯାତ୍ରା ଆରମ୍ଭ ହୋଇଥିଲା। ଏହି ପ୍ରଦର୍ଶନ ସମୟରେ ଜିଲାପାଳ ନିଧି ନିବେଦିତା ଏବଂ ଉପଜିଲାପାଳ ପ୍ରିୟା ବର୍ମା ଉପସ୍ଥିତ ରହିଥିଲେ। ଜଣେ ଭାଜପାକର୍ମୀ ଭାରତ ମାତା କି ଜୟ କହିବାରୁ ନିଧି ନିବେଦିତା ତାଙ୍କୁ ଚାପୁଡ଼ା ମାରିଥିଲେ। ଏହାପରେ ପ୍ରଦର୍ଶନକାରୀଙ୍କୁ ଲାଇନ କରି ତଳେ ବସିବାକୁ କୁହାଯାଇଥିଲା। ତେବେ ପରିସ୍ଥିତି ଉତ୍ତେଜନାମୂଳକ ହେବାରୁ ବାଧ୍ୟ ହୋଇ ପୋଲିସ ପକ୍ଷରୁ ଲାଠି ଚାଳନା କରାଯାଇଥିଲା।

Spread the love