ପୁରୀରେ ନାଗରିକତା ସଂଶୋଧନ ଆଇନ ସଚେତନତା ରାଲି ଏବଂ ବିଶାଳ ଜନସମାବେଶ

କେବଳ ନାଗରିକତା ପ୍ରଦାନ କରିବା ପାଇଁ ହୋଇଛି ନାଗରିକତା ସଂଶୋଧନ ଆଇନ । କିନ୍ତୁ ବିରୋଧୀ କଂଗ୍ରେସ ସମେତ କିଛି ଆଂଚଳିକ ଦଳ ଦେଶର ଜନତାଙ୍କୁ ବିଭ୍ରାନ୍ତ କରି ହିଂସା ସୃଷ୍ଟି କରୁଛନ୍ତି । ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ନିର୍ଯ୍ୟାତନାର ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟାଲଘୁବର୍ଗର ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ କରାଯିବାର ବ୍ୟବସ୍ଥା ଏହି ଆଇନରେ ରହିଛି । ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁଣ୍ଣ ହେବନି ବୋଲି ପୁରୀଠାରେ ଆୟୋଜିତ
ନାଗରିକତା ସଂଶୋଧନ ଆଇନ ସଚେତନତା ରାଲିରେ ଯୋଗ ଦେଇ କହିଛନ୍ତି ରାଜ୍ୟ ସଭାପତି ସମୀର ମହାନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ, ବିରୋଧୀ କଂଗ୍ରେସ ଏବଂ କିଛି ଆଂଚଳିକ ଦଳ ନାଗରିକତା ସଂଶୋଧନ ଆଇନ
ବିରୁଦ୍ଧରେ କୁପ୍ରଚାର କରୁଛନ୍ତି । ଏହି ଆଇନ ଦ୍ୱାରା ଭାରତ କିମ୍ବା ପୁରୀଠାରେ ରହୁଥିବା କୌଣସି ମୁସଲମାନ ନାଗରିକର ନାଗରିକତା ଯିବନି । ସ୍ୱାଧୀନତା ପରେ ଦୀର୍ଘ ୭୦ ବର୍ଷ ଧରି ପାକିସ୍ତାନ ଆମ ଦେଶର ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ଖ୍ରୀଷ୍ଟ ଏବଂ ପାର୍ସୀ ଧର୍ମର ଲୋକଙ୍କୁ ଅତ୍ୟାଚାର କରି ଧର୍ମ ପରିବର୍ତନ କରାଇଛି । ଏବେ ନାଗରିକତା ସଂଶୋଧନ ଆଇନ ଦ୍ୱାରା ଏବେ ପଡୋଶୀ ଦେଶର ଶରଣାର୍ଥୀମାନଙ୍କୁ ଭାରତର ନାଗରିକତା ମିଳିପାରିବ । ଯେଉଁ ବିରୋଧୀମାନଙ୍କୁ ଦେଶବାସୀ ସାଧାରଣ ନିର୍ବାଚନରେ ପ୍ରତ୍ୟାଖାନ କରିଛନ୍ତି ସେମାନେ ଆଜି ସାଧାରଣ ଲୋକଙ୍କୁ ଭୂଆଁ ବୁଲାଇ କ୍ଷମତା ହାତେଇବାକୁ ଏଭଳି
ଅପପ୍ରଚାର ଚଲାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ରାଷ୍ଟ୍ର ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଛି । ‘ସବକା ସାଥ – ସବକା ବିକାଶ -ସବକା ବିଶ୍ୱାସ’ର ମୂଳମନ୍ତ୍ରକୁ ଆଧାର କରି ମୋଦି ସରକାର ଦେଶକୁ ବିକାଶର ପଥରେ ଆଗେଇ ନେଇ ଚାଲିଛନ୍ତି । ଏହା ସହ ‘୮୮୬୬୨-୮୮୬୬୨’ ନମ୍ବରରେ ମିସଡ କଲ ଦେଇ ସିଏଏ ସମର୍ଥନ ଦେବାକୁ ଶ୍ରୀ ମହାନ୍ତି ଉପସ୍ଥିତ ସଭାରେ ସମସ୍ତ ଜନସାଧାରଣମାନଙ୍କୁ ଅନୁରୋଧ କରିଥିଲେ । ପାକିସ୍ତାନରେ ରହୁଥିବା ହିନ୍ଦୁ ଓ ଶିଖ ଯଦି ସେଠାରେ ନରହିବା ପାଇଁ ଚାହୁଁଛନ୍ତି ତାହେଲେ ସେମାନେ ବିନା ଦ୍ୱିଧାରେ ଭାରତ ଆସିପାରିବେ । ସେମାନଙ୍କୁ ସୁରକ୍ଷା, ଜାଗା, ରୋଜଗାର ଦେବା ଭାରତ ସରକାରଙ୍କ ପ୍ରଥମ କର୍ତବ୍ୟ ବୋଲି ମହାତ୍ମାଗାନ୍ଧୀ କହିଥିଲେ । ଗାନ୍ଧିଜୀ ଯାହା ଚାହିଁଥିଲେ ଏହି ନକଲି ଗାନ୍ଧୀ ମାନେ ତାହା ପୂରଣ କରିପାରିଲେ ନାହିଁ । କେବଳ ପ୍ରଧାନମନ୍ତ୍ରୀ ମୋଦି ହିଁ ଗାନ୍ଧୀଙ୍କ ସ୍ୱପ୍ନକୁ ପୂରଣ କରିପାରିଛନ୍ତି । କିନ୍ତୁ ବିରୋଧୀ ମାନେ ନାଗରକିତା ସଂଶୋଧନ ଆଇନ ନାଁରେ ଭାରତ ବିଭାଜନ କରିବାକୁ ଲାଗିଛନ୍ତି ବୋଲି ରାଷ୍ଟ୍ରୀୟ ପ୍ରବକ୍ତା ଶ୍ରୀ ସମ୍ବିତ ପାତ୍ର କହିଛନ୍ତି । ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରି ଏକ ବିରାଟ ଶୋଭାଯାତ୍ରା ଗୁଣ୍ଡିଚା ମନ୍ଦିରରୁ ବାହାରି ବାହାରି ପୂରା ସହର ପରିକ୍ରମା କରି ସଭାସ୍ଥଳ ପର୍ଯ୍ୟନ୍ତ ଆସିଥିଲା । ଶୋଭାଯାତ୍ରା ପୂର୍ବରୁ ନବନିର୍ବାଚିତ ସଭାପତି ଶ୍ରୀ ସମୀର ମହାନ୍ତିଙ୍କୁ ପୁରୀ ଜିଲ୍ଲା ପକ୍ଷରୁ ବ୍ୟାପକ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ସମାବେଶରେ ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ବ୍ରହ୍ମଗିରୀ ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ପୂର୍ବତନ ଜିଲ୍ଲା ସଭାପତି ପ୍ରଭଜଂନ ମହାପାତ୍ର, ବରିଷ୍ଠ ନେତା କୃଷ୍ଣ ଜଗଦେବ, ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡା, ରବି ମଲ୍ଲିକଙ୍କ ସମେତ ଜିଲ୍ଲାର ଶତାଧିକ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love