ସିଏଏର ସମର୍ଥନ କରି ଓଡିଶାରେ ୧୦ ଲକ୍ଷ ଟୁଇଟ କରାଯିବା

ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁଣ୍ଣ ହେବନି । ବରଂ ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ରୂପେ ନିର୍ଯ୍ୟାତନାର ଶିକାର ହୋଇଭାରତକୁ ଆସିଥିବା ସଂଖ୍ୟାଲଘୁ ବର୍ଗର ଶରଣାର୍ଥୀ ମାନଙ୍କୁ ନାଗରିକତା ପ୍ରଦାନ କରାଯିବାର ବ୍ୟବସ୍ଥା ଏହି ଆଇନରେ ରହିଛି ।
ବିରୋଧୀ କଂଗ୍ରେସ ସମେତ କିଛି ଆଂଚଳିକ ଦଳ ଏହି ଆଇନ ବିରୁଦ୍ଧରେ କୁପ୍ରଚାର କରି ଦେଶର ଜନତାଙ୍କୁ ବିଭ୍ରାନ୍ତ କରୁଛନ୍ତି
ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ନାଗରିକତା ଦେବା ପାଇଁ ଏହି ଆଇନ ହୋଇଥିବାବେଳେ ବିରୋଧୀ ଦଳ ମାନେ ଦେଶରେ ନିଆଁ ଲଗାଇ ନିଜରରାଜନୈତିକ ସ୍ୱାର୍ଥ ହାସଲ କରିବା ପାଇଁ ଅପଚେଷ୍ଟା କରୁଛନ୍ତି । କିନ୍ତୁ ଏବେ ଦେଶବାସୀ ଏହି ଆଇନ ସମ୍ବନ୍ଧରେ ଅବଗତ ହେବା
ସହ ଏହାକୁ ସମର୍ଥନ କରିବା ଆରମ୍ଭ କଲେଣି । ଭାରତୀୟ ଜନତା ପାର୍ଟି ପକ୍ଷରୁ ଦେଶ ସମେତ ସାରା ରାଜ୍ୟରେ ଏହି ଆଇନକୁ ନେଇ ଜନ ସଚେତନ କାର୍ଯ୍ୟକ୍ରମ କରିବାର ଲକ୍ଷ୍ୟ ରଖାଯାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ଆଇନ ସମ୍ବନ୍ଧରେ ସଚେତନତା ବାର୍ତା ଦେଇ ଟୁଇଟରରେ ହ୍ୟାସଟ୍ୟାଗ ଇଣ୍ଡିଆ ସପୋର୍ଟ ସିଏଏ କ୍ୟାମ୍ପେନ ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଗମୀ ୧୫ ଦିନରେ ଓଡିଶାରେ ସୋସିଆଲ ମିଡିଆ ଟୁଇଟର ମାଧ୍ୟମରେ ଓଡିଶା ସପୋର୍ଟ ସିଏଏ କ୍ୟାମ୍ପେନ କରାଯିବାର ଲକ୍ଷ୍ୟ ରଖାଯାଇଛି । ସିଏଏର ସମର୍ଥନ କରି ଓଡିଶାରେ ୧୦ ଲକ୍ଷ ଟୁଇଟ କରାଯିବା ସହ ଏହି ଆଇନ ସମ୍ବନ୍ଧରେ ସାଧାରଣ ଜନତାଙ୍କୁ ଅବଗତ କରାଯିବ ବୋଲି ଶ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି ।
ସାମ୍ବାଦିକଙ୍କ ସୁରକ୍ଷା ପ୍ରସଙ୍ଗରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ
ଆକ୍ରମଣ କରାଯାଉଛି । ଏବେ ୨ ଦିନ ତଳେ ଯେପରି ଏସପ୍ଲାନେଡ ସପିଙ୍ଗ ମଲରେ ଏକ କାର୍ଯ୍ୟରତ ମହିଳା ସାମ୍ବାଦିକାଙ୍କୁ ଆକ୍ରମ କରାଗଲା ତାହା ଅତ୍ୟନ୍ତ ନିନ୍ଦନୀୟ ଏବଂ ଦୁର୍ଭାଗ୍ୟଜନକ ଘଟଣା । ଓଡିଶା ଡେଭଲପମେଂଟ ଆକ୍ଟ ଅନୁଯାୟୀ କୌଣସି କର୍ମସିଆଲ କଂପ୍ଲେକ୍ସରେ ନିଜସ୍ୱ ପାକିଙ୍ଗ ବ୍ୟବସ୍ଥା ନଥିଲେ ବିଲଡିଙ୍ଗ ନିର୍ମାଣ କରିବାର ଅନୁମତି ମିଳେନାହିଁ । ଅନ୍ୟପଟେପାକିଙ୍ଗ ଫି ଆଦାୟ ବନ୍ଦ କରିବା ନେଇ ବିଡିଏ ଏକ ନିର୍ଦ୍ଦେଶାନାମା ଜାରି କଲା ପରେ ବି ଏସପ୍ଲାନେଡ ପାକିଙ୍ଗ ଫି ଆଦାୟ କରି ଚାଲିଛି । ବେଆଇନ ପାର୍କିଙ୍ଗ ଉପରେ ବିଡିଏ ରୋକ ଲାଗଇବା ସହ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଢ କାଯ୍ରା୍ୟନୁଷ୍ଠାନ ନେବାପାଇଁ ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି ।
ସେହିପରି ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫର୍ଣ୍ଣାବିସ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା ଭଳି ରାଜ୍ୟରେ
କାର୍ଯ୍ୟରତ ସାମ୍ବାଦିକ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ତୁରନ୍ତ ଏକ ଅଧ୍ୟାଦେଶ ଆଣିବା ସହ ଆଗାମୀ ବିଧାନସଭାରେ ଏହାକୁ ନିୟମରେ ପରିଣତ କରନ୍ତୁ ବୋଲି ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି ।

 

Spread the love