ବନ୍ଧା କୋବି ମଟର ସବଜି

ଆବଶ୍ୟକ ସାମଗ୍ରୀ

  • ୨୫୦ ଗ୍ରାମ୍‌ ବନ୍ଧା କୋବି
  • ୧ କପ୍‌ ମଟର
  • ୨ କପ୍‌ ଟମାଟୋ ପ୍ୟୁରି
  • ୧ ଛୋଟ ଚାମଚ ହଳଦି
  • ୧ ଛୋଟ ଚାମଚ ଲାଲ ଲଙ୍କା ପାଉଡର
  • ୧ ଛୋଟ ଚାମଚ ଧନିଆ ପାଉଡର
  • ୧ ଛୋଟ ଚାମଚ ଜିରା
  • ୧/୨ ଛୋଟ ଚାମଚ ଲୁଣ
  • ଆବଶ୍ୟକ ଅନୁସାରେ କଟା ହୋଇଥିବା ଧନିଆ ପତ୍ର
  • ୧ ଛୋଟ ଚାମଚ କଟା କଞ୍ଚା ଲଙ୍କା
  • ଆବଶ୍ୟକ ଅନୁସାରେ ଅଦା (କଦ୍ଦୁକସ୍‌ ହୋଇଥିବା)
  • ତଡକା ପାଇଁ ତେଲ (ଆବଶ୍ୟକ ଅନୁସାରେ)

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ବନ୍ଧା କୋବିକୁ ଛୋଟ ସାଇଜର କାଟି ଭଲଭାବେ ଧୋଇନେଇ ଗୋଟେ ଗିନାରେ ରଖନ୍ତୁ। ଏବେ ଏକ କଡା ନିଅନ୍ତୁ ଏବଂ ଏହାକୁ ଗରମ କରନ୍ତୁ। ଗରମ କଡାରେ ତେଲ ପକାଇ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ଏଥରେ କଞ୍ଚା ଲଙ୍କା ଏବଂ ଅଦା ପକାଇ ଭାଜନ୍ତୁ। ଏବେ କାଟି ରଖିଥିବା ବନ୍ଧା କୋବି ପକାନ୍ତୁ ଏବଂ ଏହାକୁୁ ୪ ରୁ ୫ ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ।

ଯେତେବେଳେ ବନ୍ଧାକୋବି ସିଝିଯାଇ ନରମ ହୋଇଯିବ ସେତେବେଳେ ଏଥିରେ ମଟର ପକାନ୍ତୁ। ସ୍ୱାଦାନୁସାରେ ବିଟ୍‌ ଲୁଣ ପକାଇ ଦିଅନ୍ତୁ। ଏବେ ଏହିସବୁ ସାମଗ୍ରୀକୁ ଭଲଭାବେ ମିଶାଇ ଗ୍ୟାସକୁ ଧୀମା ଆଞ୍ଚରେ କରି ପରିବାକୁ ସିଝିବାକୁ ୨ ମିନିଟ ଛାଡି ଦିଅନ୍ତୁ। ଏବେ ଏଥିରେ ଟମାଟୋ ପ୍ୟୁରୀ ପକାନ୍ତୁ ଏବଂ ଭଲଭାବେ ମିଶାନ୍ତୁ। ଅତିକମରେ ୫ ରୁ ୬ ମିନିଟ୍‌ ପର୍ଯ୍ୟନ୍ତ ଧୀମା ଆଞ୍ଚରେ ସିଝିବାକୁ ଛାଡନ୍ତୁ।

ଏହାପରେ ପରିବାରେ ହଳଦୀ, ଲଙ୍କା ପାଉଡର ଏବଂ ଧନିଆ ପାଉଡର ପକାଇ ଭଲଭାବେ ଚଲାନ୍ତୁ ଏବଂ ଘୋଡାଇ ୨ ମିନିଟ୍‌ ପର୍ଯ୍ୟନ୍ତ ସିଝାଇ ଦିଅନ୍ତୁ। ଏବେ ଢ଼ାଙ୍କୁଣୀ ଖୋଲନ୍ତୁ ଏବଂ ୨ ମିନିଟ୍‌ ପର୍ଯ୍ୟନ୍ତ ହାଇ ଫ୍ଲେମରେ ପରିବାକୁ ଭଲଭାବେ ସିଝିବାକୁ ଛାଡନ୍ତୁ। ଏବେ ଆପଣଙ୍କର ବନ୍ଧାକୋବି ମଟର ସବଜି ପ୍ରସ୍ତୁତ ହୋଇଯାଇଛି। ଆପଣ ଏହାକୁ କଟା ଧନିଆ ପତ୍ରରେ ସଜାଇ ସର୍ଭ କରିପାରିବେ। ଏହି ସବଜି ଗରମ ଗରମ ରୁଟି ଏବଂ ପରଟା ସହିତ ବଢ଼ିଆ ସ୍ୱାଦିଷ୍ଟ ଲାଗିବ।

Spread the love