ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ, ମିଳିପାରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ୱର ୦୯।୦୬: ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ କ୍ୟାବିନେଟ୍‌ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭିଡିଓ କନ୍‌ଫେରେନ୍ସ ଜରିଆରେ ବୈଠକରେ ସାମିଲ ହେବାର ସୂଚନା ରହିଛି । ବୁଧବାର ଅପରାହ୍ନ ୬ଟାରେ ବସିବ କ୍ୟାବିନେଟ୍‌ ବୈଠକ ।

ଆଜି ସନ୍ଧ୍ୟାରେ କ୍ୟାବିନେଟ୍‍ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟରେ ୧୦ରୁ ଊର୍ଦ୍ଧ୍ବ ପ୍ରସ୍ତାବକୁ ଅନୁମୋଦନ ମିଳିପାରେ । ଏଥିରେ ଓଡ଼ିଶା ପ୍ରଶାସନିକ ସେବା, ଓଏଏସ୍‍ ଅଧିକାରୀଙ୍କ ‘କ୍ୟାଡର’ ପୁନର୍ବିନ୍ୟାସ ପ୍ରସ୍ତାବ ସହିତ ପୂର୍ତ୍ତ ବିଭାଗ, ନଗର ଉନ୍ନୟନ ବିଭାଗ, ଗଣଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବମାନ ରହିଛି। ତେବେ ଦୀର୍ଘଦିନ ଧରି ଓଏଏସ୍‍ ସଂଘ ପକ୍ଷରୁ କ୍ୟାଡର ପୁର୍ନଗଠନ ନେଇ ସରକାରଙ୍କଠାରେ ଦାବି ହୋଇ ଆସୁଥିଲା। ସେମାନଙ୍କ ଦାବି ଉପରେ ସରକାର ମୋହର ମାରିପାରନ୍ତି। ଯାହାଦ୍ୱାରା ଉକ୍ତ ବର୍ଗର ୨୨୦ଟି ଅତିରିକ୍ତ ପଦ ସୃଷ୍ଟି ହେବ। ପର୍ଯ୍ୟାୟକ୍ରମେ ବରିଷ୍ଠ ଓଏଏସଙ୍କୁ ସ୍ୱତନ୍ତ୍ର ସଚିବ, ଅତିରିକ୍ତ ଶାସନ ସଚିବ, ଯୁଗ୍ମ ସଚିବ ଓ ଉପସଚିବ ପଦରେ ଅବସ୍ଥାପିତ କରାଯିବାର ବାଟ ଫିଟିବ।

Spread the love