ରାଜ୍ୟ ବଜେଟରେ ଆୟ-ବ୍ୟୟର ହିସାବ

ଆସିଛି ଓଡିଶା ବଜେଟ୍ । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ତେବେ ଏଥର ବଜେଟର ବ୍ୟୟ ଅଟକଳ ରହିଛି ୨ ଲକ୍ଷ ୩୦ ହଜାର କୋଟି । ଯାହାକୁ କି ବିଭିନ୍ନ ଯୋଜନା ଆଉ ବିଭାଗ ପାଇଁ ବାଣ୍ଟିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ତେବେ ଆସନ୍ତୁ, ଜାଣିବା ଏହି ବଜେଟ୍ ଅର୍ଥର ଉତ୍ସ କେଉଁଠୁ? ବଜେଟ୍ ବ୍ୟୟ ଅଟକଳ ପାଇଁ ମୁଖ୍ୟତଃ ରାଜସ୍ୱ ପ୍ରାପ୍ତିରୁ ୧ ଲକ୍ଷ ୮୪ ହଜାର ୫ ଶହ କୋଟି ଟଙ୍କା ମିଳିବ । ତା ସହିତ ଅନ୍ୟାନ୍ୟ ବାବଦକୁ ମିଳିବାକୁ ଥିବା ୪୫ ହଜାର ୫୦୦ କୋଟି ଟଙ୍କାରୁ ଏହା ଭରଣା କରାଯିବ । ୨୦୨୩-୨୪ ଆର୍ଥିକ ବର୍ଷରେ ଆକଳିତ ମୋଟ ରାଜସ୍ୱ ପ୍ରାପ୍ତି ମଧ୍ୟରେ କେନ୍ଦ୍ରୀୟ ଟିକରେ ରାଜ୍ୟର ଅଂଶ ଭାବେ ୪୬,୨୫୧ କୋଟି ଟଙ୍କା, ରାଜ୍ୟର ନିଜସ୍ୱ ଟିକସ ରାଜସ୍ୱ ୫୩ ହଜାର କୋଟି ଟଙ୍କା, ନିଜସ୍ୱ ଅଣଟିକସ ରାଜସ୍ୱ ୫୨ ହଜାର ୫ ଶହ କୋଟି ଟଙ୍କା ଓ କେନ୍ଦ୍ରୀୟ ଅନୁଦାନ ବାବଦକୁ ୩୨ ହଜାର ୭୪୯ କୋଟି ଟଙ୍କା ଅନ୍ତର୍ଭୁକ୍ତ ।

କେଉଁ ବିଭାଗକୁ କେତେ ଟଙ୍କା ?

  • ବଜେଟ୍ ବ୍ୟୟ ଅଟକଳ ୨ ଲକ୍ଷ ୩୦ ହଜାର କୋଟି
  • କୃଷି ବିଭାଗ ପାଇଁ ୨୪,୮୨୯ କୋଟି ବ୍ୟୟବରାଦ
  • ମିଶନ ଶକ୍ତି ପାଇଁ ୨୫୪୯ କୋଟି ବ୍ୟୟବରାଦ
  • ଶକ୍ତି ବିଭାଗ ପାଇଁ ୫୯୫୪ କୋଟି ଟଙ୍କା
  • ଗୃହ ବିଭାଗ ପାଇଁ ୭୩୧୩ କୋଟି ଟଙ୍କା ବ୍ୟୟବରାଦ
  • ଉଚ୍ଚଶିକ୍ଷା ପାଇଁ ୩୧୭୨ କୋଟି ଟଙ୍କା ବ୍ୟୟବରାଦ
  • ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ପାଇଁ ୩୭୬୪ କୋଟି ଟଙ୍କା
  • ମହିଳା ଓ ଶିଶୁ ବିକାଶ ପାଇଁ ୩୬୭୦ କୋଟି
  • ଏମଏସଏମଇ ପାଇଁ ୬୪୭ କୋଟି ବ୍ୟୟବରାଦ
  • ଭାଷା, ସାହିତ୍ୟ ଓ ସଂସ୍କୃତି ପାଇଁ ୨ ଶହ କୋଟି
  • ମିଶନ୍ ଶକ୍ତି ପାଇଁ ୨ ହଜାର ୫୫୪ କୋଟି ବ୍ୟୟବରାଦ
  • ମତ୍ସ ଓ ପଶୁ ସମ୍ପଦ ପାଇଁ ୧୭୬୯ କୋଟି ବ୍ୟୟବରାଦ
  • ପର୍ଯ୍ୟଟନ କ୍ଷେତ୍ର ପାଇଁ ୬୮୦ କୋଟି ବ୍ୟୟବରାଦ
  • ଜନସ୍ୱାସ୍ଥ୍ୟ ସେବା ପାଇଁ ୧୬ ହଜାର ୪୮ କୋଟି
Spread the love