ଓଡ଼ିଶାରେ ୧୦,୦୦୦ ଦେହଜୀବୀ; କେଉଁ ଜିଲ୍ଲାରେ ଅଧିକ

ଓଡ଼ିଶାରେ ଅଛନ୍ତି ୧୦ ହଜାରରୁ ଅଧିକ ଦେହଜୀବୀ। ସବୁଠାରୁ ଆଗରେ ଅଛି ବାଲେଶ୍ୱର ଜିଲ୍ଲା। ଆଜି ବିଧାନସଭାରେ ଏହି ଉତ୍ତର ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ରାଜ୍ୟରେ ୧୦,୨୧୦ ଦେହଜୀବୀ ଅଛନ୍ତି। ସର୍ବାଧିକ ୧୦୫୦ ଦେହଜୀବୀ ବାଲେଶ୍ୱର ଜିଲ୍ଲାରେ ଥିବା ବେଳେ କୋରାପୁଟ ଓ ମୟୂରଭଂଜରେ ୭୫୦ ଅଛନ୍ତି। ସେହିପରି ଯାଜପୁର ଓ କେନ୍ଦୁଝରରେ ୭୦୦ ଯୌନକର୍ମୀ ଅଛନ୍ତି। ଏହାଛଡ଼ା ଖୋର୍ଦ୍ଧା ଜିଲ୍ଲାରେ ୬୧୦, କଟକରେ ୨୫୦ ଯୌନକର୍ମୀ ରହିଛନ୍ତି। ଆଜି ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ।

Spread the love