ଭାରତ-ଚୀନ ମଧ୍ୟରେ ଥିବା ସମ୍ପର୍କ ଉପରେ ଭାଷଣ ଦେବାକୁ ରାହୁଲଙ୍କୁ ନିମନ୍ତ୍ରଣ କଲା କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ: ଭାରତ-ଚୀନ୍ ସମ୍ପର୍କ ଏବଂ ଗଣତନ୍ତ୍ର ଉପରେ ଭାଷଣ ଦେବା ପାଇଁ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଦ୍ୱାରା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନିମନ୍ତ୍ରଣ କରାଯାଇଛି। ଏହି ନିମନ୍ତ୍ରଣ ପ୍ରସଙ୍ଗରେ ରାହୁଲ କହିଛନ୍ତି ଯେ ସେ ଏଥିପାଇଁ ପ୍ରସ୍ତୁତ ଅଛନ୍ତି। ରାହୁଲ ଗାନ୍ଧୀ ଟ୍ୱିଟ୍ କରି କହିଛନ୍ତି ଯେ ସେ ତାଙ୍କ ପୁରାତନ ଶିକ୍ଷାନୁଷ୍ଠାନ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଯିବା ପାଇଁ ବହୁତ ଉତ୍ସାହିତ ଅଛନ୍ତି। ସେ ଆନ୍ତର୍ଜାତୀୟ ସମ୍ପର୍କ ଏବଂ ଗଣତନ୍ତ୍ର ଉପରେ ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି । ବାସ୍ତବରେ, କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଟୁଇଟ୍ କରି ସୂଚନା ଦେଇଛି ଯେ ରାହୁଲ ଗାନ୍ଧୀ ମାସ ଶେଷ ଆଡକୁ ବିଶ୍ୱବିଦ୍ୟାଳୟକୁ ଆସିବେ। ଏଠାରେ ସେ ଛାତ୍ରଛାତ୍ରୀଙ୍କ ସହ ଅନ୍ୟ ବୁଦ୍ଧିଜୀବୀଙ୍କ ସାମ୍ନାରେ ଭାରତ-ଚୀନ୍ ସମ୍ପର୍କ ଏବଂ ଗଣତନ୍ତ୍ର ଉପରେ ଭାଷଣ ଦେବେ | ସେହିପରି କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ରାହୁଲଙ୍କୁ ପୁଣି ନିମନ୍ତ୍ରଣ କରି ସେମାନେ ଖୁସି ଅଛନ୍ତି । ଉଲ୍ଲେଖ ଥାଉ କି ରାହୁଲ ଗାନ୍ଧୀ ପୂର୍ବରୁ ମେ ୨୦୨୨ରେ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଯାଇଥିଲେ |ଯାହାକୁ ନେଇ ବହୁତ ବିବାଦ ଦେଖାଦେଇଥିଲା |

ଆଉ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଆୟୋଜିତ ‘ଆଇଡିଆ ଫର ଇଣ୍ଡିଆ’ ସମ୍ମିଳନୀରେ ରାହୁଲ ମୋଦୀ ସରକାରଙ୍କ ଉପରେ କଡା ଆକ୍ରମଣ କରିଥିଲେ | ସେ କହିଥିଲେ ଯେ ମୋଦୀ ସରକାର ସଂସଦ ଏବଂ ନିର୍ବାଚନ ଆୟୋଗ ଭଳି ସଂସ୍ଥାକୁ ସ୍ୱାଧୀନ ଢଙ୍ଗରେ କାର୍ଯ୍ୟ କରିବାକୁ ଦେଉ ନାହାଁନ୍ତି । ଏଥିପାଇଁ ବିଜେପି ତାଙ୍କୁ ସମାଲୋଚନା କରିଥିଲା । ଏହା ବ୍ୟତୀତ ରାହୁଲ ଗାନ୍ଧୀ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଭାରତ ଯୋଡା ଯାତ୍ରା ସମୟରେ ସେ ଅନେକ ଥର ଦୋହରାଇଛନ୍ତି ଯେ ମୋଦୀ ସରକାର ଦେଶକୁ ବିଭାଜନ କରୁଛନ୍ତି ଏବଂ ଆମେ ଏହାକୁ ଏକଜୁଟ କରୁଛୁ। ଏହା ସହିତ ରାହୁଲ ଅରୁଣାଚଳ ପ୍ରଦେଶର ତାୱାଙ୍ଗ ସେକ୍ଟରରେ ଭାରତୀୟ ଏବଂ ଚୀନ୍ ସେନା ମଧ୍ୟରେ ହୋଇଥିବା ବିବାଦକୁ ନେଇ ସରକାରଙ୍କୁ ଘେରିଥିଲେ। ସେ କହିଥିଲେ ଯେ ଚୀନ୍ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି, କିନ୍ତୁ କେନ୍ଦ୍ର ସରକାର ଏଥିପ୍ରତି ଧ୍ୟାନ ଦେଉ ନାହାଁନ୍ତି।

Spread the love