କ୍ୟାପିଟାଲ ଥାନାରେ ଦ୍ବାରସ୍ଥ ହେଲେ ଗୁଡ଼ୁ, ଜାଣନ୍ତୁ କାରଣ

ନିଜ ମୃତ୍ୟୁ ଖବର ଶୁଣି କ୍ୟାପିଟାଲ ଥାନାରେ ଦ୍ବାରସ୍ଥ ହେଲେ କମେଡିଆନ ଗୁଡ଼ୁ। କେହି ଜଣେ ନିଜ ଫେସବୁକ୍ ପେଜରେ ଭିୟୋର୍ଷ ବଢିବା ପାଇଁ ହାସ୍ୟ ଅଭିନେତା ଗୁଡ଼ୁ ମୃତୁ ଖବର ଭାଇରାଲ କରିଥିବା ଅଭିଯୋଗ। ସୋସିଆଲ ମିଡ଼ିଆରେ ଗୁଡ଼ୁଙ୍କ ମୃତ୍ୟୁ ଖବର ଭାଇରଲ ହେବା ପରେ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ମାଇଁ ଓଡ଼ିଶା ଫେସବୁକ ପେଜ୍ ଖୋଲି କେହି ଜଣେ ଦୃର୍ବୁତ୍ତ ଏଭଳି କରିଥିବା ଅଭିଯୋଗ ଆଣିଛନ୍ତି। ଏନେଇ ଗୁଡ଼ୁ ନିଜ ମନ୍ତ୍ୟବରେ କହିଛନ୍ତି କି ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ମୋ ପ୍ରତି ଦର୍ଶକଙ୍କ ଭଲ ପାଇବା ଅଛି ।

Spread the love