ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାରେ ଚିକିତ୍ସା ଅଭାବରୁ ଓଟ ମୃତ୍ୟୁ

ଦୁଃଖର ବିଷୟ ଯେ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ର ମୁଖ୍ୟ ଆକର୍ଷଣ ସାଜିଥିବା ହାତୀ, ଘୋଡା, ଓଟ ପାଇଁ ସରକାରୀ ସ୍ତରରେ ତାଙ୍କର ସ୍ୱାସ୍ଥ୍ୟଵସ୍ଥା ଯାଞ୍ଚ କରିବା ପାଇଁ ପଶୁ ଡାକ୍ତର ର କୌଣସି ପ୍ରାକ ବ୍ୟବସ୍ଥା କରାଯାଇ ନାହିଁ । ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ରେ ପାର୍ଶ୍ଵ ମନ୍ତ୍ରୀଙ୍କୁ ବୁହାହେବା ପାଇଁ ସୁଦୂର ଉତ୍ତରପ୍ରଦେଶରୁ ଆସିଥିବା ଓଟ ର ମୃତ୍ୟୁବରଣ ହୋଇଯାଇଛି । ଓଟ ର ଶରୀର ଅସୁସ୍ଥ ଥିବା ବେଲେ ତାର ଚିକିତ୍ସା କରିବା ପାଇଁ କୌଣସି ପଶୁ ଡାକ୍ତର ଆସିନଥିବା ବିଷୟରେ ଅଭିଯୋଗ କଲେ ଓଟ ର ମାଲିକ । ସେ ବରଗଡ଼ ରେ କୌଣସି ପଶୁ ଡାକ୍ତର ଙ୍କୁ ଜାଣିନାହାନ୍ତି ତେଣୁ ଧନୁଯାତ୍ରା କମିଟି କୁ ଖବର ଦେଇଥିଲେ ମାତ୍ର ନିରୀହ ଓଟ ମୃତ୍ୟବରଣ କରିସାରିବା ପରେ ପଶୁ ଡାକ୍ତର ଆସିଥିବା କହିଛନ୍ତି ଓଟ ମାଲିକ । ଭଗବାନ ସେ ନିରୀହ ପ୍ରାଣୀର ଆତ୍ମାକୁ ଶାନ୍ତି ଦିଆନ୍ତୁ।ଯିଏ ଆମ କୁ ଖୁସି କରିବାକୁ ଯାଇ ଆଜି ନିଜର ପ୍ରାଣ ବଳିଦାନ ଦେଇଛି ।

Spread the love