ବରଗଡ଼ରେ ହେବ କ୍ୟାନ୍ସର ହସ୍ପିଟାଲ- ମୁଖ୍ୟମନ୍ତ୍ରୀ

ବରଗଡ଼ରେ ହେବ କ୍ୟାନ୍ସର ହସ୍ପିଟାଲ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ବରଗଡ଼ ଗସ୍ତରେ ଯାଇ ସେଠାରେ କ୍ୟାନ୍ସର ହସ୍ପିଟାଲ ହେବାନେଇ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ଜାମାଦାରପାଲୀ ଏଆର ଷ୍ଟ୍ରିପରେ ଦିନ 12ଟାରେ ପହଞ୍ଚିଥିଲେ । ସେଠାରୁ ମଂଦଳିଆ ପଡ଼ିଆରେ ଓହ୍ଲାଇବା ପରେ ବରଗଡ଼ରେ 7ଟି ପ୍ରକଳ୍ପର ଉଦଘାଟନ କରିବା ସହ 60 କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା 22ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ପରେ ବରଗଡ଼ରେ ଏକ ସାଇନ୍ସ ପାର୍କ ଉଦଘାଟନ କରିଛନ୍ତି । ବରଗଡ଼ ଜିଲ୍ଲା ଗସ୍ତ ଅବସରରେ ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ଉଦଘାଟନ କରିଥିଲେ । 6 ମହଲା ବିଶିଷ୍ଟ ଏହି ମେଡିକାଲକୁ ୩୦୦ ଶର୍ଯ୍ୟା ବିଶିଷ୍ଟ କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ଏହି କୋଠା ପାଇଁ 45 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହାସହ ଆଇସିଆଇସିଆଇ ବ୍ୟାଙ୍କର 150 ତମ ଶାଖା ବିଜେପୁରରେ ଏହଂ ବରଗ଼ରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ମଧ୍ୟ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମନ୍ତ୍ରୀ ଶୁସାନ୍ତ ସିଂ, ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ବିଧାୟକମାନେ ଉପସ୍ଥିତ ଥିଲେ ।

Spread the love