ସମାଜସେବୀ ନାରାୟଣ ସାମନ୍ତରାୟଙ୍କ ଉଦ୍ୟମରେ କର୍କଟ ରୋଗୀଙ୍କ ଶେଷ କୃତ୍ୟ

ବାପୁଜନଗରସ୍ଥିତ କେଦାରପଲ୍ଲୀ ଅଞ୍ଚଳର ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଜଣେ ୫୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କା ସଞ୍ଜୁ ଦେଇ ବି ଏମ ସି ରେ ପୂର୍ବରୁ ଝାଡୁଦାର ଭାବେ କାମ କରୁଥିଲେ। ତାଙ୍କ ପୁଅ ପବିତ୍ର ଏକ ମାଛ ଦୋକାନ କରି ପରିବାର ପୋଷଣ କରୁଥିବା ବେଳେ, ଦେଢ଼ ମାସ ପୂର୍ବରୁ ସଞ୍ଜୁ ଙ୍କ ଶରୀରରେ କର୍କଟ ରୋଗ ଚିହ୍ନଟ ହୋଇଥିଲା।
ଦୁର୍ଭାଗ୍ୟବଶତଃ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା। ଏଭଳି ପରିସ୍ଥିତିରେ ପବିତ୍ର ନିଜକୁ ଅସହାୟ ମନେ କରି ଜୟ ଓଡ଼ିଶା ର ସଭାପତି ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ ଙ୍କୁ ଯୋଗାଯୋଗ କରିଥିଲେ। ଶ୍ରୀ ସାମନ୍ତରାୟ ଙ୍କ ନିର୍ଦ୍ଦେଶ କ୍ରମେ, ତାଙ୍କ ପାର୍ଥିବ ଶରୀରକୁ ଜୟ ଓଡ଼ିଶାର ଶେଷସାଥି ଗାଡ଼ି ଦ୍ଵାରା କେଦାରପଲ୍ଲୀ ରୁ ସତ୍ୟନଗର ସ୍ଥିତ ଖ୍ରୀଷ୍ଟିଆନ ମଶାଣୀ କୁ ସ୍ଥାନାନ୍ତର କରାଯାଇଥିଲା। ସଞ୍ଜୁ ଙ୍କର ଶେଷକୃତ୍ୟ ସମୟରେ ଶ୍ରୀ ସାମନ୍ତରାୟ ଙ୍କ ସମେତ ଜୟ ଓଡ଼ିଶାର ସ୍ବେଚ୍ଛାସେବୀ ମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ସଠିକ୍ ରୂପେ ତଦାରଖ କରିବା ସହ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ ଓ ପବିତ୍ର ଙ୍କୁ ସାନ୍ତ୍ଵନା ଦେଇଥିଲେ।

Spread the love