ତୃଷ୍ଣାରାଣୀଙ୍କ ପାଇଁ ବିଜେପି ମହିଳା ମୋର୍ଚ୍ଚାର କ୍ୟାଣ୍ଡେଲ ଶୋଭାଯାତ୍ରା

ଭଦ୍ରକ ୧୩।୮: ଭଦ୍ରକ ଜିଲ୍ଲା ମିର୍ଜାପୁର ସ୍ଥିତ ନାଥ ସାହିର ମୃତା ଯୁବତୀ ତୃଷ୍ଣାରାଣୀ ପାଇଁ ବିଜେପି ମହିଳା ମୋର୍ଚ୍ଚାର କ୍ୟାଣ୍ଡେଲ ମାର୍ଚ୍ଚ  । ସେକ୍ ମୁସକିମଙ୍କ ଦୋକାନକୁ ଚକୋଲେଟ୍ କିଣି ଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ରାଜେନ୍ଦ୍ର ନାଥଙ୍କ ଯୁବତୀଙ୍କୁ ସେକ୍ ମୁସକିମ୍ ଦୋକାନ ଭିତରକୁ ଟାଣି ନେଇଥିଲା ଏବଂ ଆପତ୍ତିଜନକ ଦୁର୍ବ୍ୟବହାର କରିଥିଲା । ଶେଷରେ ଅତ୍ୟାଚାରକୁ ସହି ନପାରି ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥିଲେ । ଏହାକୁ ନେଇ ବିଭିନ୍ନ ହିନ୍ଦୁ ସଂଗଠନ ତରଫରୁ ଆନ୍ଦୋଳନ ଓ ଶୋଭାଯାତ୍ରା ବାହାରିଛି ।

ଶୁକ୍ରବାର ତୃଷ୍ଣାରାଣୀଙ୍କ ପରିବାରକୁ ନ୍ୟାୟ ପ୍ରଦାନକୁ ନେଇ ଭଦ୍ରକ ବିଜେପି ମହିଳା ମୋର୍ଚ୍ଚା ତରଫରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ବାହାରି କଲେଜ ଛକ ନିକଟରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ତୃଷାରାଣୀଙ୍କୁ ଉପଯୁକ୍ତ ନ୍ୟାୟ ମିଳିବା ଦାବି ରଖିଥିଲେ ଆନ୍ଦୋଳନକାରୀ । ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

Spread the love