୧୦ ଦିନ ପାଇଁ ସିଲ ହେଲା କରୋନା ରୋଗୀ ଯାଇଥିବା କ୍ଲିନିକ

 ଭୁବନେଶ୍ୱର, ୧୬/୦୩: ଭୁବନେଶ୍ୱର ବଡଗଡ଼ ଅଞ୍ଚଳରୁ ଚିହ୍ନଟ ହୋଇଥିବା ପ୍ରଥମ କରୋନା ରୋଗୀ ଚିକିତ୍ସା ପାଇଁ ଯାଇଥିବା କ୍ଲିନିକ ୧୦ ଦିନ ପାଇଁ ସିଲ କରାଯାଇଛି । ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ସରକାର ଏଭଳି ପଦକ୍ଷପ ଗ୍ରହଣ କରିଛନ୍ତି।

ସୂଚନା ଅନୁଯାୟୀ, ରାଜ୍ୟର ପ୍ରଥମ କରୋନା ରୋଗୀ ଚିହ୍ନଟ ହେବାପରେ ତତ୍ପର ହୋଇଉଠିଛନ୍ତି ରାଜ୍ୟ ସରକାର । ଡ୍ରଗ ଇନ୍ସପେକ୍ଟର ଆଜି ନିଜେ କରୋନା ରୋଗୀ ଯାଇଥିବା ବୁଦ୍ଧନଗର ସ୍ଥିତ ଡାକ୍ତର ଏସ. ଏନ. ମହାନ୍ତିଙ୍କ କ୍ଲିନିକ ଯାଇ ୧୦ ଦିନ ପାଇଁ ଏହାକୁ ସିଲ କରିଛନ୍ତି । ସେହିପରି ଉକ୍ତ କ୍ଲିନିକ ପାଖରେ ଥିବା ସମସ୍ତ ମେଡ଼ିସିନ ଷ୍ଟୋରକୁ ମଧ୍ୟ ଯାଇ ପଚାରଉଚାର କରିଛନ୍ତି ।

Spread the love