ବଡ ପରଦାରେ ଦେଖାଦେବେ “କ୍ୟାପଟେନ ବ୍ୟୋମ”

୯୦ ଦଶକରେ ଯେଉଁମାନେ ଜନ୍ମ ନେଇଥିବେ ସେମାନଙ୍କର ଦେଶରେ ପ୍ରଥମ ଥର ପାଇଁ ରିଲିଜ ହୋଇଥିବା ସାଇନ୍ସ ଫିକ୍ସନ ସ୍ପେସ ସୁପରହିରୋ “କ୍ୟାପଟେନ ବ୍ୟୋମ” ନିଶ୍ଚିତ ଭାବେ ମନେ ଥିବ । ହଁ, ବ୍ରହ୍ମାଣ୍ଡର ସେହି ରକ୍ଷକ ଯିଏ ଦୂରଦର୍ଶନରେ ଟାଇମ ଟ୍ରାଭେଲ ବାବଦରେ କଥା କହୁଥିଲେ । ସେ ଏବେ ପୁଣି ଥରେ ପରଦା ଉପରକୁ ଆସିବାକୁ ଯାଉଛନ୍ତି । ହଁ ଆପଣ ନିଶ୍ଚିତ ଭାବେ ଠିକ ଶୁଣିଛନ୍ତି । ସ୍ପେସ ୱାରିୟର ଦୀର୍ଘ ୨୨ ବର୍ଷ ପରେ ପୁଣି ଥରେ ପରଦା ଉପରକୁ ଆସିବାକୁ ଯାଉଛି । ମିଡ଼ିଆ ରିପୋର୍ଟ ଅନୁସାରେ ଏହାର ନିର୍ମାତା ମାନେ ଏହାକୁ ପାଞ୍ଚ ଭାଗ ବିଶିଷ୍ଟ ଫିଚର ଫିଲ୍ମ ଫ୍ରାଞ୍ଚାଇଜି ସହ ପାଞ୍ଚ ଅଧ୍ୟାୟର ୱେବ ସିରିଜ ଭାବରେ ଲଞ୍ଚ କରିବା ନେଇ ଯୋଜନା ଚଳାଇଛନ୍ତି ।

Spread the love