ରାଜଧାନୀରେ ହୁତୁହୁତୁ ହୋଇ ଜଳିଗଲା କାର, ପାଖରେ ଥିବା ଦୁଇଟି ବାଇକ୍‌ ଜଳିପୋଡ଼ି ପାଉଁଶ

ନୟାପଲ୍ଲୀ , ୨୧/୧୧: ନୟାପଲ୍ଲୀ ଆଇ.ଆର.ସି ଭିଲେଜର ଏନ ୪ରେ ଅଭାବନୀୟ ଘଟଣା ଘଟିଛି । ଏକ କାରରେ ଅଗ୍ନିକାଣ୍ଡ ଘଟି କାର୍‌ଟି ସମ୍ପୂର୍ଣ୍ଣ ଜଳିଯାଇଛି । ଅଗ୍ନିକାଣ୍ଡ ଫଳରେ କାର ପାଖରେ ଥିବା ଅନ୍ୟ ଦୁଇଟି ବାଇକ ଜଳିପଡ଼ି ପାଉଁଶ ହୋଇଯାଇଛି । ନିଆଁକୁ ଦେଖି ପ୍ରଥମେ ସ୍ଥାନୀୟ ଲୋକେ ଦମକଳ ବହିନୀକୁ ଖବର ଦେଇଥିଲେ । ପରେ ଦମକଳ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ ।

Spread the love