ସମୁଦ୍ରରେ ବୁଡ଼ିଗଲା ୪ ହଜାର ଦାମୀ କାର

ମହାମାରୀ କରୋନାର ପ୍ରଭାବ ଏବଂ ସେମିକଣ୍ଡକ୍ଟର ଚିପର ଅଭାବ ଯୋଗୁଁ ଅଟୋମୋବାଇଲ ଉଦ୍ୟୋଗ ବହୁ ଅସୁବିଧାର ସାମ୍ନା କରୁଛି। ଏହାରି ଭିତରେ ପଶ୍ଚିମ ୟୁରୋପର ଆଣ୍ଟଲାଟକରେ ଘଟିଛି ଏକ ବଡ଼ ଦୁର୍ଘଟଣା।

ଭୟଙ୍କର ଅଗ୍ନିକାଣ୍ଡ ଯୋଗୁଁ ପୋର୍ସେ, ଲୋମ୍ବୋର୍ଗିନି, ୱେଣ୍ଟଲି ଏବଂ ଭୋଲସ୍କୱାଗନ ପରି ପ୍ରାୟ ୪ ହଜାର ବିଳାସପୂର୍ଣ୍ଣ ଗାଡିକୁ ନେଇ ଯାଉଥିବା ଫେଲିସିଟି ଏସ ନାମକ ଏକ କାର୍ଗୋ ଜାହାଜ ସମୁଦ୍ରରେ ବୁଡ଼ି ଯାଇଛି। ଅଜୋରେସ ସମୁଦ୍ରକୂଳଠାରୁ ୨୫୩ ମିଲ ଦୂରରେ ଏହି ଦୁର୍ଘଟଣା ଘଟିଛି । ଏହି କାର୍ଗୋ ଜାହାଜ ଜର୍ମାନୀର ଏଡମେନରୁ ଡେବିସୱିଲେ ପାଇଁ ଯାତ୍ରା ଆରମ୍ଭ କରିଥିଲା।  

ଯାତ୍ରାର ୬ ଦିନ ପରେ ଜାହାଜରେ ନିଆଁ ଲାଗିଥିଲା। ଯେଉଁଥିରେ ଜାହାଜକୁ ବ୍ୟାପକ କ୍ଷତି ହୋଇଥିଲା ଏବଂ ସମୁଦ୍ରରେ ବୁଡ଼ି ଯାଇଥିଲା । ତେବେ ସୌଭାଗ୍ୟରୁ ଜାହାଜରେ ଥିବା ସମସ୍ତ ୨୨ ଜଣ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା।

ଫେଲିସିଟି ଏସ ୬୫୦ ଫୁଟ ଲମ୍ୱ ଏକ କାର୍ଗୋ ଜାହାଜ। ଏଥିରେ ୩୦ ଲକ୍ଷ ଲିଟର ଅଶୋଧିକ ତୈଳ ପରିବହନର କ୍ଷମତା ଥିଲା। ସମୁଦ୍ରରେ ବୁଡିବା ସମୟରେ ଏଥିରେ ୪ ହଜାର ଦାମୀ ଗାଡି ସହ ବିଜୁଳି ତାରା, ପ୍ଲାଷ୍ଟିକ ଏବଂ ପେଣ୍ଟ ରହିଥିଲା ।  

ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି। ତେବେ ଜାହାର କ୍ୟାପ୍ଟେନ ଜୋଆଓ ମେଣ୍ଡେସ କହିଛନ୍ତି, ଅଡି ଇ-ଟ୍ରାନ ଜିଟି ଏବଂ ପୋର୍ସ ଟେକ୍କନ ପରି ଇଲେଷ୍ଟ୍ରିକ କାରରେ ଲିଥିୟମ-ଆୟନ ବ୍ୟାଟେରୀରେ ନିଆଁ ଲାଗିବା ପରେ ଏହା ବ୍ୟାପିଥିଲା।

Spread the love