କାର୍‌ ଉପରେ ଓଲଟି ପଡ଼ିଲା ଟ୍ରକ୍‌

ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଏକ ବଡ ଦୁର୍ଘଟଣା ଘଟିଛି। ଏକ କାର୍ ଉପରେ ଏକ ମାଲ୍‌ ବୋଝେଇ ଟ୍ରକ୍ ଓଲଟି ପଡ଼ିଛି। ଏଥିରେ କାର୍‌ଟି ପୂରା ଚେପା ହୋଇଯାଇଛି। ତେବେ ଦୁର୍ଘଟଣା ବେଳେ କାର୍ ଭିତରେ କେହି ନଥିଲେ। ଗତକାଲି  ବିଳମ୍ବିତ ରାତିରେ ଏହି ଦୁର୍ଘଟମା ଘଟିଛି । କାର୍‌ରେ 4 ଜଣ ବ୍ୟକ୍ତି ଥିଲେ। ଘାଟିରେ ଏକ ଟ୍ରକ୍ ଖରାପ ହୋଇଥିବାରୁ ସେମାନେ ସଜାଡ଼ିବାକୁ ଆସିଥିଲେ।

ରାସ୍ତାକଡ଼ରେ କାର୍‌କୁ ରଖି ନିକଟରେ ଚା’ ପିଉଥିବା ବେଳେ ନାସିକ୍‌ରୁ ପିଆଜ ନେଇ କୋଲକାତା ଅଭିମୁଖେ ଯାଉଥିବା ଏକ ଟ୍ରକ୍ କାର୍‌ଟିକୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଓ ହେଲ୍‌ପର ଫେରାର ହୋଇଯାଇଥିଲେ। ଖବର ପାଇ ଆଜି ପୁଲିସ୍ ସହିତ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ସହିତ ଉଦ୍ଧାରକାରୀ ଟିମ୍ ସେଠାରେ ପହଞ୍ଚିଥିଲେ।ଟ୍ରକ୍‌ଟିରେ ପିଆଜ ଭର୍ତ୍ତି ବସ୍ତା ଲୋଡ୍ ହୋଇଛି।

Spread the love