ଦ୍ରୁତଗାମୀ କାର୍‌ ଦୁର୍ଘଟଣାଗ୍ରସ୍ତ: ୨ ଜଣ ମୃତ

ପାଇକମାଳ: ଦ୍ରୁତଗାମୀ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି। ଗୁରୁତର ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାର ସାମ୍ନା କରିଥିବା ଲୋକଙ୍କର ପରିଚୟ ମିଳିପାରି ନାହିଁ। ସୂଚନା ଅନୁସାରେ ଆଜି ଅପରାହ୍‌ଣରେ ଏକ କାର ନୂଆପଡ଼ାରୁ ବରଗଡ଼ ଜିଲ୍ଲା ପଦ୍ମପୁର ଅଭିମୁଖେ ଯାଉଥିଲା। କାର୍‌ଟି ଯିବା ବାଟରେ ଭଗତପୁର ନିକଟ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗାଡ଼ିର ଚାଳକ ନିୟନ୍ତ୍ରଣ ହରାଇଥିଲେ। କାରଟି ମୁଖ୍ୟ ରାସ୍ତାରୁ ୧୦୦ମିଟର ଦୂରରେ ଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ପୁଲିସ ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚିଲା ବେଳକୁ ଜଣଙ୍କର ମୃତ୍ୟୁ ହୋଇସାରିଥିଲା। ଅନ୍ୟ ୨ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ଚିକିତ୍ସା ଜାରି ରହିଛି।  ପୁଲିସ ମୃତଦେହ ଜବତ କରିଛି। ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।

Spread the love