କାର୍‌ ଦୁର୍ଘଟଣାରେ ଚାଲିଗଲେ ଅଭିନେତ୍ରୀ ଈଶ୍ୱରୀ ଦେଶପାଣ୍ଡେ

ମରାଠୀ ଓ ହିନ୍ଦୀ ଫିଲ୍କରେ ଅଭିନୟ କରୁଥିବା ଅଭିନେତ୍ରୀ ଈଶ୍ୱରୀ ଦେଶପାଣ୍ଡେଙ୍କ କାର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ ତାଙ୍କ ବନ୍ଧୁ ଶୁଭମ ଦାଗେଙ୍କ ସହ କାରରେ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଗୋଆରେ ଘଟିଥିବା ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ୨୫ ବର୍ଷୀୟ ଅଭିନେତ୍ରୀ ଈଶ୍ୱରୀ ଓ ତାଙ୍କ ବନ୍ଧୁ ଶୁଭମଙ୍କ ଜୀବନ ଚାଲି ଯାଇଥିଲ। ମିଡିଆ ରିପୋର୍ଟ ଅନୁଯାୟୀ, ଈଶ୍ୱରୀ ଓ ଶୁଭମ କୌଣସି କାମ ସାରି କାର୍‌ରେ ଫେରୁଥିଲେ। ବୁଧବାର ପ୍ରାୟ ଭୋର ୫.୩୦ରେ ସେମାନଙ୍କ କାର ବାରଦେଜ ତାଲୁକା ଅନ୍ତର୍ଗତ ଅରପୋରା ଠାରେ ଥିବା ବାଗ ହ୍ରଦରେ ଖସି ପଡ଼ିଥିଲା। ସେମାନେ କାର୍‌ରୁ ବାହାରିବାକୁ ଚେଷ୍ଟା କରିଥିଲେ। କିନ୍ତୁ କାର୍‌ଟି ସେଣ୍ଟ୍ରାଲ ଲକ୍‌ ହୋଇ ଯାଇଥିବାରୁ ସେମାନେ ଏହା ମଧ୍ୟରେ ଫସି ଯାଇଥିଲେ। ଫଳରେ ପାଣିରେ ବୁଡ଼ି ଉଭୟଙ୍କ ମୃତ୍ୟୁ ଘଟିଛି।

Spread the love