ଗଛକୁ ପିଟିଲା କାର୍‌ : ତିନି ମୃତ

ଉମରକୋଟ ୦୩।୧୨ : ଗଛରେ ପିଟିଲା କାର୍ । ଏହି ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ,  ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ସରାଗୁଡ଼ା ନିକଟରେ ଏକ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ  ଏକ କାର୍‌ଟି ରାସ୍ତାକଡ଼ରେ ଥିବା  ଗଛରେ ପିଟି ହେଲା କାର୍‌ । ଯାହାଫଳରେ କାର୍‌ରେ ଥିବା ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ପ୍ରାଣ ହରାଇଥିବା ତିନି ଜଣ ନବରଙ୍ଗପୁର ସହର ଗାଦୁଆଗୁଡ଼ାର ଏମ୍ ଡି ସଦ୍ଦାମ, ରବିନ ହିଆଲ ଓ ସବନ ହିଆଲ୍। ସେହିପରି ଗୁରୁତର ଦୁଇଜଣଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।

Spread the love