ରାତି ପାହିଲେ ପବିତ୍ର ଘୋଷଯାତ୍ରା: ପୁରୀରେ ରଥ,ପଥ, ଭକ୍ତ ସମସ୍ତେ ପ୍ରସ୍ତୁତ

ପୁରୀ: ରାତି ପାହିଲେ ପବିତ୍ର ଘୋଷଯାତ୍ରା l ପୁରୀରେ ରଥ,ପଥ, ଭକ୍ତ ସମସ୍ତେ ପ୍ରସ୍ତୁତ l ବଡ଼ଦେଉଳରୁ ବଡ଼ଦାଣ୍ଡ ଭକ୍ତ ଗହଳିରେ ଉଛୁଳି ପଡ଼ିଲାଣି l ପୁଲିସ ପ୍ରସ୍ତୁତ, ପ୍ରଶାସନ ପ୍ରସ୍ତୁତ, ପୁରା ସହର ହେଉଛି ଜଗନ୍ନାଥମୟ l ସେପଟେ ଦକ୍ଷିଣ ମୋଡ଼ ହୋଇ ସିଂହଦ୍ୱାରରେ ଲାଗିଛି ତିନି ରଥ l ସକାଳଧୂପ ପରେ ପଟି ଦିଅଁଙ୍କଠାରୁ ଆଜ୍ଞାମାଳ ପହଞ୍ଚିବା ପରେ ଦକ୍ଷିଣ ମୋଡ଼ ହୋଇଥିଲା ତିନି ରଥ l ଗୋଟିଏ ପରେ ଗୋଟିଏ ରଥ କଡା ସୁରକ୍ଷା ବଳୟ ଭିତରେ ଲାଗିଛି ସିଂହଦ୍ୱାର ସମ୍ମୁଖରେ l ସେପଟେ ରଥଯାତ୍ରା ନିର୍ଘଣ୍ଟ ନୀତି ଅନୁସାରେ ପ୍ରସ୍ତୁର୍ତ୍ତ ହୋଇସାରିଲେଣି ସେବାୟତ ଓ ପ୍ରଶାସନ l ଉତ୍ତମ ସମ୍ବନୟ ଆଧାରରେ ସୁରୁଖୁରେ ମହାପ୍ରଭୁଙ୍କ ଘୋଷଯାତ୍ରା ହେବ ବୋଲି ଆଶା ରଖିଛନ୍ତି ପ୍ରଶାସନ ଓ ସେବାୟତ | ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଉତ୍ସବ ମୁଖର ଶ୍ରୀକ୍ଷେତ୍ର । ତେଣୁ ପରମ୍ପରା ଅନୁଯାୟୀ ଆଜି ରଥଖଳାରୁ ଶ୍ରୀମନ୍ଦିର ନିକଟକୁ ତିନିରଥ ଅଣାଯାଇଛି । ଶ୍ରୀମନ୍ଦିରରେ ସକାଳ ଧୂପ ଶେଷ ହେବା ପରେ ପାଳିଆ ପୂଜାପଣ୍ଡା ସାମନ୍ତ ତିନିବାଡ଼ରୁ ୩ଟି ଆଜ୍ଞାମାଳ ଆଣି ଘଣ୍ଟ, ଛତା, କାହାଳୀ ସହ ରଥଖଳା ନିକଟକୁ ବିଜେ କରାଇଛନ୍ତି । ତେବେ ଚଳିତ ବର୍ଷ ତିଥି କ୍ଷୟ ଯାଉଥିବାରୁ ଶ୍ରୀଗୁଣ୍ଡିଚା ଦିନ ଶ୍ରୀବିଗ୍ରହଙ୍କ ନବଯୌବନ ଓ ନେତ୍ର ଉତ୍ସବ ଅନୁଷ୍ଠିତ ହେବ ।

ତେଣୁ ଚଳିତ ବର୍ଷ ଶ୍ରୀବିଗ୍ରହଙ୍କ ଠାରୁ ରଥ ଖଳାକୁ ଆଜ୍ଞାମାଳ ନଆସି ପଟି ଦିଅଁଙ୍କ ନିକଟରୁ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ରଥତ୍ରୟ ନିକଟକୁ ବୀଜେ କରାଇଛନ୍ତି । ପରମ୍ପରା ଅନୁଯାୟୀ, ରଥରେ ପ୍ରଥମେ ତାଳଧ୍ୱଜ ରଥରେ ଆଜ୍ଞାମାଳ ପ୍ରଦାନ କରାଯାଇଥିଲା । ପରେ କ୍ରମ ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଏବଂ ଶେଷରେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ଆଜ୍ଞାମାଳ ପ୍ରଦାନ କରାଯାଇଥିଲା । ପରେ ତାଳଧ୍ୱଜ ରଥରେ ବିଜେ କାହାଳୀ ଦିଆଯିବା ପରେ ତିନିରଥ ଶ୍ରୀମନ୍ଦିର ନିକଟକୁ ଅଣାଯାଇଥିଲା । ତେବେ ପରମ୍ପରା ଅନୁଯାୟୀ ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ ବା ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖକୁ ଟଣାଯାଇଥିଲା । ପରେ ସୁଭଦ୍ରାଙ୍କ ଦେବଦଳନ ରଥ ଏବଂ ଶେଷରେ ବଡ ଠାକୁରଙ୍କ ତାଳଧ୍ୱଜ ରଥକୁ ଟଣାଯାଇ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଅଣାଯାଇଥିଲା । ପୁଲିସ ବାହିନୀ, ସେବାୟତ ଓ ଭକ୍ତଙ୍କ ସହାୟତାରେ ରଥକୁ ଟଣାଯାଇ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖକୁ ଅଣାଯାଇଥିଲା ଲ ଚଳିତ ବର୍ଷ ନବଯୌବନ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ |

୧୩ ଦିନ ଅନବସର ପରେ ଭକ୍ତ ମାନେ ରଥ ଉପରେ ଦର୍ଶନ କରିବେ ଚତୁର୍ଦ୍ଧାବିଗ୍ରହଙ୍କୁ l ୫୩ ବର୍ଷ ପରେ ମହାପ୍ରଭୁଙ୍କ ସେହି ନିଆରା ରଥଯାତ୍ରା ଅନୁଷ୍ଠିତ ହେବ l ଯାହାଫଳରେ ଗୋଟିଏ ଦିନରେ ନେତ୍ର ଉତ୍ସବ, ନବଯୌବନ ଓ ଶ୍ରୀଗୁଣ୍ଡିଚା ଯାତ୍ରାର ନୀତି କାନ୍ତି କରାଯିବ l ଏଥିନିମନ୍ତେ ଆଜିଠୁ ପ୍ରସ୍ତୁର୍ତ୍ତି ଆରମ୍ଭ ହୋଇଯାଇଛି l ଆସନ୍ତା କାଲି ରାତ୍ର ୨ ଟାରୁ ଦ୍ୱାର ପିଠାଯିବ l ୨ ଟା ୪୦ରେ ଦଶବତାର ଠାକୁର ବାହୁଡା଼ ବିଜେ,୩ ଟାରେ ତାଟି ପିଠାଯିବ,ପ୍ରତ୍ୟୁଷ ୪ଟା ରେ ନେତ୍ରଉତ୍ସବ ବନ୍ଦାପନା କରାଯିବ,୪.୪୫ରେ ଯାତ୍ରାଙ୍ଗି ମହାସ୍ନାନ,ସକାଳ ୬ ରୁ ୭ ଟା ଗୋପାଳ ବଲ୍ଳଭ ଓ ସକାଳ ଧୂପ,୭. ୩୦ରୁ ୧୨ ଟା ସେନାପଟା ଲାଗି,ଦିନ ୧୧ ଟାରେ ରଥ ପ୍ରତିଷ୍ଠା,ଦିନ ୧ ଟାରେ ମଙ୍ଗଳା ଅର୍ପଣ, ୧. ୧୦ରେ ପହଣ୍ଡି ଆରମ୍ଭ ହୋଇ ୨ ଟା ୩୦ରେ ଶେଷ, ଦିନ ୩ଟାରେ ଶ୍ରୀ ମଦନ ମୋହନ, ରାମକୃଷ୍ଣ ବିଜେ,୪ ଟାରେ ଗଜପତି ମହାରାଜା ଙ୍କ ଦ୍ୱାରା ଛେରାପହଁରା ପରେ ଚାରମାଳ ପିଟାହେବା ସହ ସାରଥୀ, ଘୋଡା ଲଗାଯିବ ରଥରେ ପରେ ସନ୍ଧ୍ୟା ୫ ଟାରେ ରଥ ଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l

ଚଳିତ ବର୍ଷ ୭ ଓ ୮ ତାରିଖ ଦିନ ରଥ ଟଣାଯିବ l ଚଳିତ ବର୍ଷ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ପୁଲିସ ପ୍ରଶାସନ ପକ୍ଷରୁ l ୧୮୦ପ୍ଲାଟୁନ ଫୋର୍ସ ମୁତୟନ ହେବା ସହ ସମ୍ପୂର୍ଣ୍ଣ ପୁରୀ ସହରକୁ ବ୍ଲୁ ବ୍ଲାଙ୍କେଟ ସୁରକ୍ଷା ବଳୟରେ ରଖାଯିବ l ପ୍ରବଳ ଭକ୍ତଙ୍କ ସମାଗମ କୁ ନେଇ ଟ୍ରାଫିକ ପାଇଁ ସ୍ୱତ୍ରନ୍ତ ମୋବିଲିଟି ପ୍ଲାନ ପ୍ରସ୍ତୁର୍ତ୍ତ ହୋଇଥିବାବେଳେ ଚଳିତବର୍ଷ ନୂଆ ଟେକନୋଲୋଜି ଆପଣେଇଛି ପୁରୀ ପୁଲିସ l ସେପଟେ ଆସନ୍ତାକାଲି ଦିନ ୧୧ ଟା ସମୟରେ ରାଷ୍ଟ୍ରପତିଙ୍କ ଗସ୍ତ ରହିଛି l ଦିନ ୧୧ ଟା ସମୟରେ ସମଙ୍ଗରେ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡ଼ ଠାରେ ସ୍ୱତ୍ରନ୍ତ ବାୟୁସେନା ରେ ପହଁଚିବେ l ସେଠାରୁ ସିଧାସଳଖ ରାଜଭବନ ଯିବାର କାର୍ଯ୍ୟକ୍ରମ ରହିଛି l ୪ଟା ୪୦ରୁ ଟା ୫ଟା ୪୦ ମଧ୍ୟରେ ରାଷ୍ଟ୍ରପତି ରଥଯାତ୍ରା ଉତ୍ସବରେ ଯୋଗଦାନ କରିବେ ଏଥିନିମନ୍ତେ ସମ୍ପୂର୍ଣ୍ଣ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯାଇଛି l

Spread the love