ପୋଲିସ ବାଇକକୁ ଧକ୍କା ଦେଇ ଛୁ ମାରିଲା କାର, ଦୁଇ କର୍ମଚାରୀ ଗୁରୁତର

ପୋଲିସ ବାଇକକୁ ଧକ୍କା ଦେଇ ଖସି ପଳାଇଲା କାର । କାର ଧକ୍କାରେ ଦୁଇ ପୋଲିସ କର୍ମଚାରୀ ଗୁରୁତର। ବୌଦ୍ଧ ଜିଲ୍ଲା ଆଡେଣିଗଡ଼ ଫାଣ୍ଡି ନିକଟ କଖାରୁଫାଲ ଠାରେ ଘଟିଛି ଦୁର୍ଘଟଣା । ଫାଣ୍ଡି ଡ୍ରାଇଭର ଓ ହାବିଲଦାର ବାଇକରେ ଯାଇଥିବା ବେଳେ ପଛରୁ ଦ୍ରୁତ ଗତିରେ ଏକ କାର ଆସି ସେମାନଙ୍କୁ ଧକ୍କା ଦେଇ ଚାଲିଯାଇଥିଲା।ଗୁରୁତର ଦୁଇ ପୋଲିସ କର୍ମଚାରୀଙ୍କୁ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେପଟେ ଏହି ଦୁର୍ଘଟଣା ପରେ କଖାରୁଫାଲ ନିକଟରେ ରାସ୍ତା ରୋକ ହୋଇଛି। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ବୌଦ୍ଧ ଏସପି ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

Spread the love