ଗାଡିରେ ଟଙ୍କା ରଖି ହୋଟେଲରେ ଖାଉଥିବାବେଳେ କଳାକନା ବୁଲାଇଲେ ଲୁଟେରା, କାର୍ କାଚ ଭାଙ୍ଗି ୨୦ ଲକ୍ଷ ଲୁଟ୍
ବରଗଡ଼: କାର୍ କାଚ ଭାଙ୍ଗି ୨୦ ଲକ୍ଷ ଲୁଟ୍ । ବରଗଡ ସହର ଗାନ୍ଧୀ ଛକ ନିକଟରୁ ଲୁଟିନେଲେ ଦୁର୍ବୃତ୍ତ । ଗାଡିରେ ଟଙ୍କା ରଖି ହୋଟେଲରେ ଖାଉଥିବାବେଳେ କଳାକନା ବୁଲାଇଲେ ଲୁଟେରା । ବରଗଡ ତଳିପଡାର ସୁବୋଧ ଚନ୍ଦ୍ର ଦାସ ବ୍ୟାଙ୍କରୁ ୧୫ ଲକ୍ଷ ଓ ଏଟିଏମରୁ ୫ ଲକ୍ଷ ଉଠାଇବା ପରେ ଗାଡିର ଆଗ ସିଟ୍ ରେ ରଖିଥିଲେ । ଗାନ୍ଧୀ ଛକ ନିକଟରେ ହୋଟେଲକୁ ଖାଇବାକୁ ଯାଇଥିବାବେଳେ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ପୋଲିସ ।
