ୟୁକେରୁ ଭାରତ ଆସୁଛି ସବୁଠାରୁ ବଡ଼ ଜାହାଜ, ରହିଛି ୩ ଅକ୍ସିଜେନ୍ ଜେନେରେଟର ଏବଂ ୧ହଜାର ଭେଣ୍ଟିଲେଟର

ଭାରତରେ କରୋନା ସ୍ଥିତି ଅଣାୟତ ହୋଇଛି । ଯାହାକୁ ନେଇ ଦେଶରେ ଏବେ ଗମ୍ଭୀର ସ୍ଥିତି ଦେଇ ଗତି କରୁଛି । ଭାରତର ଏଭଳି ବିପତ୍ତିର ସମୟରେ ବିଶ୍ୱ ସମୁଦାୟ ଲଗାତର ଭାବେ ସହଯୋଗର ହାତ ବଢାଇଚାଲିଛନ୍ତି । ଏହିପରିପେକ୍ଷୀରେ ଭାରତକୁ ସହଯୋଗ ଲାଗି ଉତ୍ତର ଆୟରଲ୍ୟାଣ୍ଡରୁ ଏକ ବିରାଟକାୟ ଜାହାଜରେ ୧୮ଟନ୍‌ ଅକ୍ସିଜେନ୍‌ ଏବଂ ଏକ ହଜାର ଭେଣ୍ଡିଲେଟର ଆସୁଛି । ଯାହାକି ବିଶ୍ୱର ସବୁଠାରୁ ବଡ଼ ଜାହାଜରେ ମେଡିକାଲ ସାମଗ୍ରୀ ଭାରତକୁ ଆସୁଛି । ବିଟ୍ରିଶ୍‌ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ରବିବାର ଦିନ ସକାଳ ୮ଟା ସମୟରେ ଏହି ବିମାନଟି ଭାରତରେ ପହଞ୍ଚିବ ।

ମିଳିଥିବା ତଥ୍ୟଅନୁସାରେ, ବିମାନବନ୍ଦରରେ ରାତିସାରା କଠିନ ପରିଶ୍ରମ ପରେ ବିଶାଳକାୟ ଏଣ୍ଟାନାବର ୧୨୪ ବିମାନରେ ଜୀବନରକ୍ଷା ଔଷଧ ଭାରତ ଆସୁଛି । ଶୁକ୍ରବାର ରାତିରେ ଏହି ବିମାନ ଆୟରଲ୍ୟାଣ୍ଡ ବିମାନ ବନ୍ଦର ଛାଡିଛି । ରବିବାର ଦିନ ବିମାନଟି ଦିଲ୍ଲୀରେ ପହଞ୍ଚିବା ପରେ ରେଡ୍‌ କ୍ରସ ଜରିଆରେ ସମସ୍ତ ମେଡିକାଲକୁ ସୁରକ୍ଷିତ ଭାବେ ଏହି ସବୁ ଔଷଧ ସାମଗ୍ରୀ ପହଞ୍ଚାଯିବାର ଯୋଜନା କରାଯାଇଛି ।

ତେବେ ଏହି ବିମାନରେ ଆସୁଥିବା ୩ଟି ଅକ୍ସିଜେନ୍‌ ଜେନେରେଟରରେ ପ୍ରତ୍ୟେକ ଦିନ ୫୦୦ଲିଟର ପ୍ରାଣବାୟୁ ଉତ୍ପାଦନ କରାଯାଇପାରିବ । ବିମାନରେ ଏହି ମେଡିକାଲ ସାମଗ୍ରୀ ପଠାଇବା ସମୟରେ ଆୟରଲ୍ୟାଣ୍ଡର ସ୍ୱାସ୍ଥ୍ୟ ମନ୍ତ୍ରୀ ଉପସ୍ଥିତ ରହିଥିଲେ । ନୈତିକତା ଦୃଷ୍ଟିରୁ ଆମେ ଭାରତକୁ ଯଥାସମ୍ଭବ ସହଯୋଗ କରିବୁ ବୋଲି ଆୟରଲ୍ୟାଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

Spread the love