ହଜାରମୁହାଁ ହୋଇଥିବା ଖୋର୍ଧା ଜିଲ୍ଲା ଏବେ ରେଡ୍‌ ଜୋନ୍‌ ଓ ୧୦୧୦ ମୁହାଁ ସୁନ୍ଦରଗଡ଼ଜିଲ୍ଲା ଏବେ ୟେଲୋ ଜୋନ୍‌ରେ

ସଂକ୍ରମଣ ଆଗକୁ ବଢ଼ି ଚାଲିିିଛି। ଏହା   କେବେ ପିକ ଅପ ହେବ ତାହା କହିହେବ ନାହିଁ।ଯେବେ ଗୋଟିଏ ଲହର ଆସେ ସଂକ୍ରମଣ ବଢ଼େ, କିଛି ଦିନ ରୁହେ। ତା’ ପରେ ତଳକୁ ଖସେ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଆଜି କହିଛନ୍ତି।

ଶ୍ରୀ ମହାପାତ୍ର କହିଛନ୍ତି ଯେ ଅନ୍ୟ ରାଜ୍ୟଗୁଡ଼ିକର ସ୍ଥିତିକୁ ଦେଖିଲେ ସ୍ପଷ୍ଟ ହେଉଛି ଯେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ତେଣୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ସଂକ୍ରମଣ ବଢ଼ୁଥିବା କିମ୍ବା ସମ୍ବେଦନଶୀଳ ସ୍ଥାନଗୁଡ଼ିକ ଉପରେ ରାଜ୍ୟ ସର୍ଭେଲାନ୍ସ ଟିମ୍‌ ନଜର ରଖିଛି। ଜାନୁଆରୀ ପହିଲାଠାରୁ ସଂକ୍ରମଣ ଉପରମୁହାଁ ହୋଇଛି। ରାଜ୍ୟର ଟ୍ରାନ୍ସମିସନ ରେଟ୍‌ ମଧ୍ୟ ବହୁତ ଅଧିକ ରହିଛି। ଆଗକୁ ନିଶ୍ଚିତ ଅଧିକ ମାମଲା ଦେଖିବାକୁ ମିଳିବ। ସବୁବର୍ଗରେ ସଂକ୍ରମଣ ବଢ଼ିବ। ତେଣୁ କୋଭିଡ୍‌ ହସ୍ପିଟାଲଗୁଡ଼ିକୁ ପ୍ରସ୍ତୁତ କରାଯାଇଛି।

ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ସଂକ୍ରମଣ ୪୨.୪୮% ବଢ଼ିଛି। ୬ ତାରିଖରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୧୮୯୭ ରହିଥିଲା। ଆଉ ଆଜି ୨୭୦୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ବାରାଣ୍ଟିନ୍‌ରୁ ୧୫୭୯ଜଣ ହୋଇଥିବା ବେଳେ ୧୧୨୪ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ତେବେ ଶିଶୁଙ୍କ ସଂକ୍ରମଣ ଏବେ ସବୁଠାରୁ ଅଧିକ ଚିନ୍ତାର ବିଷୟ ପାଲଟିଛି। ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୦-୧୮ ବର୍ଷ ବୟସର ୪୦୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଗତ ୨୪ଘଣ୍ଟାରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଶହେ ଉପରେ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୯୨୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରେ ୪୫୪, କଟକରେ ୧୯୧, ସମ୍ବଲପୁରରେ ୧୭୯, ଝାରସୁଗୁଡ଼ାରେ ୧୦୬ ଓ ଷ୍ଟେଟପୁଲରୁ ୨୧୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ସେହିପରି ଯାଜପୁରରୁ ୭୮, ବରଗଡ଼ରୁ ୭୫, ବାଲେଶ୍ବରରୁ ୭୩, ବଲାଙ୍ଗୀର ଓ ପୁରୀରୁ ୫୪ଜଣ , ମୟୂରଭଞ୍ଜରୁ ୪୨, ଦେବଗଡ଼ରୁ ୩୭, କେନ୍ଦୁଝରରୁ ୩୩, ନବରଙ୍ଗପୁରରୁ ୨୯, ଗଞ୍ଜାମରୁ ୨୭, ରାୟଗଡ଼ାରୁ ୨୨, କୋରାପୁଟରୁ ୧୯, ଜଗତସିଂହପୁର ଓ କଳାହାଣ୍ଡିରୁ ୧୩ଜଣ , ନୂଆପଡ଼ା ଓ ସୋନପୁରରୁ ୧୦ଜଣ , ଗଜପତିରୁ ୯, ଅନୁଗୁଳ ଓ ବୌଦ୍ଧରୁ ୭ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ରାପଡ଼ା ଓ ନୟାଗଡ଼ରୁ ୬ଜଣ , ଭଦ୍ରକରୁ ୫, ଢେଙ୍କାନାଳ ଓ କନ୍ଧମାଳରୁ ୩ଜଣ ଲେଖାଏଁ ସଂକ୍ରମିତ ବାହାରିଛନ୍ତି। ମାଲକାନଗିରିରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟାରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଖୋର୍ଦ୍ଧା ଜିଲ୍ଲାର ବୋଲି ଜଣାପଡ଼ିଛି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୬୮କୁ ବୃଦ୍ଧି ପାଇଛି। ‌

ହଜାରମୁହାଁ ହୋଇଥିବା ଖୋର୍ଧା ଜିଲ୍ଲା ଏବେ ରେଡ୍‌ ଜୋନ୍‌କୁ ଆସିଛି। ଏଠାରେ ଆଜି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୧୪ରେ ପହଞ୍ଚିଛି। ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରେ ଭୁବନେଶ୍ବରୁ ଅଧିକ ରହିଥିବା ଜଣାପଡ଼ିଛି। ଯେଉଁଥିପାଇଁ ବିଏମ୍‌ସି ପକ୍ଷରୁ ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଉଛି। ସୁନ୍ଦରଗଡ଼ ଜିଲ୍ଲାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୧୦ରେ ପହଞ୍ଚିବା ପରେ ୟେଲୋ ଜୋନ୍‌କୁ ଆସିଛି। କଟକରେ ବି କରୋନା ଏବେ ଉପରମୁହାଁ ରହିଛି। ଆଜି ୧୭୪ଜଣ ଚିହ୍ନଟ ହେବା ପରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୩୧ରେ ପହଞ୍ଚିଛି। ସମ୍ବଲପୁରରେ ୫୦୦ମୁହାଁ ହୋଇଛି।

Spread the love