ସଲମାନଙ୍କୁ ବିବାହ କାର୍ଡ ଦେଇନାହାଁନ୍ତି କ୍ୟାଟ୍ରିନା, ଭଉଣୀ କଲେ ଖୁଲାସା

ନୂଆଦିଲ୍ଲୀ ୦୯/୧୨: କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲଙ୍କ ବିବାହ ସହ ଜଡିତ ଛୋଟ ଛୋଟ ସୂଚନା ବି ଚର୍ଚ୍ଚାରେ ରହୁଛି। ଏହି ବିବାହରେ ଡକାଯାଇଥିବା ଅତିଥିମାନଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଭିକି-କ୍ୟାଟଙ୍କ ବିବାହ ଖବର ଆସିବା ଦିନଠାରୁ ଏହି କପଲ୍ କାହାକୁ ନିମନ୍ତ୍ରଣ କରିଛନ୍ତି ସେ ନେଇ ଅନେକ ଚର୍ଚ୍ଚା ଚାଲିଛି। ନିକଟରେ କ୍ୟାଟଙ୍କ ବିବାହରେ ସଲମାନ ଯୋଗ ଦେବେ ନାହିଁ ବୋଲି ଆଲୋଚନା ହେଉଥିଲା। ଯାହାକୁ ପ୍ରଶଂସକ ଆଦୌ ବିଶ୍ୱାସ କରୁନଥିଲେ ଏବଂ ଅନୁମାନ କରୁଥିଲେ ସଲମାନଙ୍କ ଭଉଣୀ ଅର୍ପିତା ଖାନ ଶର୍ମା ନିଶ୍ଚିତ ଭାବରେ ଏହି ବିବାହ ଉତ୍ସବରେ ଯୋଗଦେବେ । କାରଣ ଅର୍ପିତାଙ୍କର କ୍ୟାଟ୍ରିନାଙ୍କ ସହ ଭଲ ବନ୍ଧୁତା ରହିଛି। କିନ୍ତୁ ବର୍ତ୍ତମାନ ଅର୍ପିତା ଏପରି କିଛି କହିଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଛି।

ଯେତେବେଳେ ଅର୍ପିତାଙ୍କୁ ପଚରାଗଲା, ସେ କ୍ୟାଟ୍ରିନାଙ୍କ ବିବାହରେ ଯୋଗଦେବେ କି ନାହିଁ, ସେତେବେଳେ ତାଙ୍କ ଉତ୍ତର ଅତ୍ୟନ୍ତ ଚକିତକର ଥିଲା। ଏକ ଇଣ୍ଟରଭ୍ୟିୁରେ ଅର୍ପିତା କହିଛନ୍ତି, ଆମକୁ ଡକାଯାଇ ନାହିଁ ତେଣୁ ଆମେ କିପରି ଯିବୁ? ଅର୍ପିତାଙ୍କ ଏହି ଖୁଲାସା ପ୍ରକୃତରେ ସମସ୍ତଙ୍କୁ  ଆଶ୍ଚର୍ଯ୍ୟ କରିଛି। କାରଣ ତାଙ୍କ ଘରେ ହେଉଥିବା ପ୍ରତ୍ୟେକ ଛୋଟ ବଡ ପାର୍ଟୀରେ ଅର୍ପିତା କ୍ୟାଟ୍ରିନାଙ୍କୁ ଡାକନ୍ତି ।

କରୋନା ଭାଇରସ ଯୋଗୁଁ ସଲମାନ ଖାନଙ୍କ ପ୍ରସିଦ୍ଧ ଦବଙ୍ଗ ଟୁର ହୋଇପାରୁ ନଥିଲା। ତେଣୁ ଚଳିତ ବର୍ଷ ଏହା ଆୟୋଜିତ ହୋଇଛି ଏବଂ ଆଜି ସକାଳେ ସଲମାନ ଖାନ ଏହି ଟୁରର୍ ଅଂଶ ହେବାକୁ ବାହାରିଛନ୍ତି। ଏଥର ରିୟାଦରେ ଦବଙ୍ଗ ଟୁର୍ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଟୁରରେ ଶିଳ୍ପା ଶେଟ୍ଟୀ, ସୁନୀଲ ଗ୍ରୋଭର, ମନୀଶ ପାଲ ଏବଂ ଆୟୁଷ ଶର୍ମା ମଧ୍ୟ ଅଂଶଗ୍ରହଣ କରିବେ ।

Spread the love