କାର୍ତ୍ତିକ ମାସରେ ବିରାଡ଼ି ଶୁଣୁଛି ଗୀତଗୋବିନ୍ଦ

ନ କାର୍ତ୍ତିକ ସମୋ ମାସୋ
ନ କୃତେନ ସମମ୍ ଯୁଗମ୍
ନ ବେଦ ସଦୃଶମ୍ ତୀର୍ଥ ଗଙ୍ଗା ସମମ୍
ଏହାର ଅର୍ଥ ହେଉଛି, ଯେମିତିକି ସତ୍ୟ ଯୁଗ ଭଳି ଯୁଗ ନାହିଁ, ବେଦ ସମାନ କୌଣସି ଶାସ୍ତ୍ର ନାହିଁ, ଗଙ୍ଗା ଭଳି ପବିତ୍ର ତୀର୍ଥ ନାହିଁ ଠିକ୍ ସେଇମିତି କାର୍ତ୍ତିକ ଭଳି ପବିତ୍ର ମାସ ନାହିଁ । ଅର୍ଥାତ୍ ୧୨ ମାସ ମଧ୍ୟରେ କାର୍ତ୍ତିକ ହେଉଛି ସବୁଠାରୁ ଶ୍ରେଷ୍ଠ ମାସ । ସବୁଠାରୁ ପବିତ୍ର ମାସ । ଏହା ସ୍କନ୍ଦ ପୁରାଣରେ ବର୍ଣ୍ଣନା କରାଯାଇଛି l ଅନେକ ଏହି କାର୍ତ୍ତିକ ମାସ ଆସିଲେ ମନ୍ଦିର ଯିବାଠାରୁ ନେଇ ପୂଜାର୍ଚ୍ଚନା ଯାଏ ଅତ୍ୟନ୍ତ ଭକ୍ତି ଓ ନିଷ୍ଠାର ସହିତ କରିଥାନ୍ତି l ଏହା କେଵଳ ମାନବ ସମାଜ ଭିତରେ ସୀମିତ ନଥାଏ l ଏହି ଭକ୍ତି ଭାବ ପଶୁ ପକ୍ଷୀମାନଙ୍କ ମଧ୍ୟରେ ଦେଖିବାକୁ ମିଳେ ବୋଲି ଅନେକାଂଶରେ ତଥ୍ୟ ରହିଛି । ଯେମିତିକି କଥାରେ ଅଛି କାର୍ତ୍ତିକ ମାସରେ ବଗ ବି ମାଛ ଖାଏ ନାହିଁ । ହୁଏତ ଆପଣଙ୍କର ଏକଥା ବିଶ୍ୱାସ ହେବନି l କାରଣ କଥାରେ ଅଛି ପରେ ନିଜ ଆଖିରେ ନଦେଖିଲେ ବିଶ୍ବାସ କରିବା ଉଚିତ ନୁହେଁ ।

ତେବେ ଆମେ ଆପଣମାନଙ୍କୁ ଏଇ ଯେଉଁ ଦୃଶ୍ୟ ଦେଖାଇବୁ ଏହାକୁ ଦେଖିଲା ପରେ ଆପଣଙ୍କ ମନକୁ ଅନେକ ପ୍ରଶ୍ନ ଆସିବ l କିନ୍ତୁ ଯାହା ସତ୍ୟ, ଯାହା ଆମେ ନିଜ ଆଖିରେ ଦେଖିଲୁ ତାକୁ ଆପଣଙ୍କ ସାମନାରେ ରଖିବାକୁ ଚେଷ୍ଟା କରୁଛୁ । ପଶୁ ହେଲେ ବି ସେ ଭଗବାନ ସୃଷ୍ଟିରେ ଆସୁଛି l ତେବେ ଅନେକ ସମୟରେ ଏସବୁ କଥା କେବେ କେବେ ଘଟେ ଯାହାକି ମାନବ ସମାଜ ପାଇଁ ଏକ ଶିକ୍ଷା ନିଶ୍ଚୟ । ଭଗବାନଙ୍କ ସହ ଅତୁଟ ବନ୍ଧନରେ ଯୋଡି ହେବା ପାଇଁ ଖୋରାକ ଯୋଗାଏ କହିଲେ ଅତ୍ୟୁକ୍ତି ହେବନି l

ତେବେ ଚତୁର୍ଦ୍ଧା ମୂରତିଙ୍କ ସନ୍ଧ୍ୟା ସମୟ ଆଳତି ସରି ଯାଇଥାଏ l ତାପରେ ଶ୍ରଦ୍ଧାଳୁମାନେ କାଳିଆ ନୀଳାଚଳିଆଙ୍କ ନିକଟରେ ବସି ଭଜନ କୀର୍ତ୍ତନରେ ମଗ୍ନ ଥାଆନ୍ତି l ଏହି ସମୟରେ ଦେଖା ଗଲାକି ସେମାନଙ୍କ ନିକଟରେ ଥିବା ଗରୁଡ଼ ଖମ୍ବ ନିକଟରେ ଗୋଟିଏ ବିରାଡ଼ି ବସି ରହିଛି l କେତେବେଳେ ମହାପ୍ରଭୁ ଜଗନ୍ନାଥଙ୍କୁ ପଛ କରି ତ ଆଉ କେତେବେଳେ ଟିକିଏ ସେପାଖ ହୋଇ ବସି ରହୁଛି l କେହି ଯଦି ତାକୁ ସ୍ନେହରେ ଆଉଁସି ଦେଉଛି ତେବେ ଟିକେ ଘଷି ହେଲା ଭଳି ହୋଇ ଟିକିଏ ବାହାରକୁ ଯାଇ ପୁଣି ବସି ରହୁଛି l ଯେଉଁ ଭଳି ଅନେକ ସମୟ ଧରି ଭଜନ କୀର୍ତ୍ତନ ଶୁଣିବା ସହିତ ଏକଲୟରେ କାଳିଆ ସାଆନ୍ତଙ୍କ ପାଇଁ ଚାହିଁ ରହୁଛି l ମନେ ହେଉଥିଲା ବିଲେଇଟି କହୁଛି ହେ ବିଶ୍ୱ ନିୟନ୍ତା ମହାବାହୁ ନୀଳାଦ୍ରୀ ନାଥ ଚକାଆଖି ରଙ୍ଗ ଅଧର ମୋର ଏ ପଶୁ ଜନ୍ମ ସାର୍ଥକ ହେଲା ତୁମ ଦର୍ଶନ କରି l ଆଉ ପ୍ରଭୁ ପଶୁ ଜନ୍ମ ବୋଲି ଦୁଃଖ ନାହିଁ ଯେଉଁ ଜନ୍ମ ଦିଅ ହେଲେ ଏମିତି ତୁମ ଦର୍ଶନ ଆଉ କାନ ଶୁଣୁ ଥାଉ ତୁମ ନାମ ସଂକୀର୍ତ୍ତନ l ତେବେ ବିରାଡ଼ି ଟି କିଛି ଦିନ ହେବ କେମିତି ଏହି ଜଗନ୍ନାଥଙ୍କ ନିକଟକୁ ଆସି ଏମିତି ଗୀତ ଗୋବିନ୍ଦ ଶୁଣିବା ପାଇଁ ଆସୁଛି ଏବଂ ଲୋକଙ୍କ ସହିତ କେମିତି ମଣିଷ ଟିଏ ଭଳି ଘସି ହେଉଛି ସମସ୍ତଙ୍କ ସହିତ । ସେକଥା ଶ୍ରଦ୍ଧାଳୁଙ୍କ ମୁହଁରୁ ଶୁଣନ୍ତୁ l

ଖାଲି ସେତିକି ନୁହେଁ, ଚତୁର୍ଦ୍ଧା ମୂରତି, ଦାରୁଦିଅଁ ବାଙ୍କ ଚୁଳିଆଙ୍କ ଆରମ୍ଭ ହେଲା ଗୀତ ଗୋବିନ୍ଦ ତାପରେ ପହଡ ପଡିବ l ହେଲେ ଇଏ କି ଆଚମ୍ବିତ କଥା ବିରାଡ଼ିଟି ଗୀତ ଗୋବିନ୍ଦ ଶୁଣିବା ପାଇଁ ପାଖରେ ଥିବା ଗୋଟିଏ ପିଢାରେ ଶୋଇ ରହିଲା l ଜଗାକୁ ଗୀତ ଗୋବିନ୍ଦ ଶୁଣାଇଲା ପରେ ପୂଜକ ପହଡ଼ ପକାଇଲେ l ଆଉ ବିରାଡ଼ିଟି ପ୍ରଭୁ କଳା ଦିଅଁଙ୍କ ନିକଟରେ ଲାଗିଥିବା ପ୍ରସାଦକୁ ଶ୍ରଦ୍ଧାଳୁ ହାତରୁ ଖାଇ ଚାଲି ଗଲା କେଉଁ ଆଡେ l

Spread the love