ଖାଆନ୍ତୁ ଫୁଲକୋବି, ମିଳିବ ଏହିସବୁ ବଢ଼ିଆ ଫାଇଦା

ଆମେ ବିଭିନ୍ନ ପ୍ରକାର ପନିପରିବା ଖାଇଥାଉ । ହେଲେ ଜାଣନ୍ତି କି ଫୁଲକୋବି ଶରୀର ପାଇଁ କେତେ ଲାଭଦାୟକ । ଫୁଲ କୋବିରେ ପ୍ରୋଟିନ, ଭିଟାମିନ ଏବଂ ମିନେରାଲ୍ସ ଭରପୁର ରହିଥାଏ । ଫୁଲକୋବିକୁ ବିଭିନ୍ନ ପ୍ରକାର ପରିବା ସହ ମିଶାଇ ଖାଦ୍ୟ ପ୍ରସ୍ତୁତି କରାଯାଇପାରେ । ତେବେ ଏହା ଆମର ନର୍ଭସ ସଷ୍ଟମକୁ ବହୁତ ଦୃଢ଼ କରିଥାଏ । ଫୁଲକୋବି ଶୀତ ଦିନିଆ ପରିବା। ଶୀତ ଦିନରେ ଏହି ପରିବା ବଜାର ହାଟରେ ଭଲଭାବେ ବେଶ ଶସ୍ତାରେ ମଧ୍ୟ ମିଳିଯାଏ। ଫୁଲ କୋବିର ଗୁଣବତ୍ତା ଗରମ ହୋଇଥାଏ ତେଣୁ ଏହାକୁ ଗରମ ଦିନ ଖିଆଯାଏ ନାହିଁ। ଥଣ୍ଡା ଦିନେ ଏହାକୁ ଯେତେ ଖାଇବେ ସେତେ ଶରୀର ପ୍ରତି ଫଳପ୍ରଦ ହେବ। ଶୀତ ଦିନେ ଅଧିକାଂଶ ଲୋକ ଫୁଲକୋବି ଖାଇବାକୁ ପସନ୍ଦ କରନ୍ତି। ଫୁଲକୋବି ଖାଇବା ଯେମିତି ସ୍ୱାଦିଷ୍ଟ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ହିତକର । ଶୀତଦିନେ ଫୁଲକୋବି ଖାଇବା ନିହାତି ଦରକାର । କାରଣ ଏହା ଖାଇବା ଦ୍ୱାରା ଆମ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ଘଟିଥାଏ । ଆସନ୍ତୁ ଫୁଲକୋବିର ଉପକାରିତା ବିଷୟରେ ଆଲୋଚନା କରିବା ।

-ଫୁଲକୋବି ସେବନ କରିବା ଦ୍ୱାରା କୋଷ୍ଠ କାଠିନ୍ୟ ବା କବ୍ଜ ସମସ୍ୟା ଦୂର ହୋଇଥାଏ । ଫୁଲକୋବିରେ ଫାଇବର ପର୍ଯ୍ୟାପ୍ତ ମାତ୍ରାରେ ମିଳିଥାଏ । ଏହା ଶରୀରରେ ହେଲ୍ଦି ବ୍ୟାକ୍ଟେରିଆ ବୃଦ୍ଧି କରିବା ସହ ଇନ୍‌ଫ୍ଲାମେଶନକୁ କମ କରିଥାଏ । ଏହା ମଧ୍ୟ ହଜମ ପ୍ରକ୍ରିୟାକୁ ମଜଭୁତ କରିଥାଏ ।

-ଫୁଲକୋବି ସେବନ କରିବା ଦ୍ୱାରା ଆପଣଙ୍କ ନର୍ଭସ ସିଷ୍ଟମ ଷ୍ଟ୍ରଙ୍ଗ ହୋଇଥାଏ । କାରଣ ଏଥିରେ କୋଲିନ ମାତ୍ରା ଅଧିକ ଥାଏ । ଗୋଟିଏ କପ୍‌ ଫୁଲକୋବି ସେବନ ଦ୍ୱାରା ୪୫ ମିଲିଗ୍ରାମ କୋଲିନ ମିଳିଥାଏ । ଏହାଦ୍ୱାରା ନର୍ଭସ ସିଷ୍ଟମ ଷ୍ଟ୍ରଙ୍ଗ ହୋଇଥାଏ । ଏଥିରେ କ୍ୟାଲସିୟମ ପ୍ରଚୁର ମାତ୍ରାରେ ଥିବାରୁ ଏହା ହାଡ଼ ମଜଭୁତ କରିଥାଏ । ଯେଉଁମାନେ ଡାଇବେଟିସରେ ପୀଡିତ ସେମାନେ ମଧ୍ୟ ଫୁଲକୋବି ଖାଇପାରିବେ । ଏହା ତ୍ୱଚ୍ଚା ପାଇଁ ମଧ୍ୟ ବହୁତ ଉପକାରୀ ହୋଇଥାଏ । ତ୍ୱଚ୍ଚାରେ ଥିବା ଦାଗ ଆଦି ସମସ୍ୟା ଦୂର କରିଥାଏ । ଏହା ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ ।

-ଫୁଲକୋବିରେ ଫାଇବର ପ୍ରଚୁର ମାତ୍ରାରେ ଭରି ରହିଥିବାରୁ ଏହା ଶରୀରରେ ବ୍ୟାକ୍ଟେରିଆ ଓ ପାଚନ ଶକ୍ତି ବୃଦ୍ଧି କରିଥାଏ ।
-ଫୁଲକୋବିରେ କ୍ୟାଲୋରୀ କମ ଓ ଭିଟାମିନ ଭରପୁର ମାତ୍ରାରେ ରହିଥାଏ, ଯାହାକି ଆମ ଶରୀର ପାଇଁ ବହୁତ ଜରୁରୀ । ଏଥିରେ ଭିଟାମିନ-ସି, ଭିଟାମିନ-କେ ରହିଥାଏ ।
-ଫୁଲକୋବି ଆଣ୍ଟିଅକ୍ସିଡେଣ୍ଟର ଏକ ପ୍ରମୁଖ ମାଧ୍ୟମ । ଯାହା ଫଳରେ ଶରୀରର କୋଷିକା ଗୁଡ଼ିକୁ ଏହା ଅନେକ ସଂକ୍ରମଣରୁ ବଞ୍ଚାଇଥାଏ ।
-ଫୁଲକୋବିରେ ସଲଫୋରାଫେନ ଥିବାରୁ ଏହା ଆମକୁ କିଡନୀ ରୋଗ, ମଧୁମେହ ଆଦିରୁ ରକ୍ଷା କରିଥାଏ । ଏହା ସହ ବ୍ଲଡପ୍ରେସର କମ କରିବା ସହ ଧମନୀଗୁଡ଼ିକୁ ସୁସ୍ଥ ରଖିଥାଏ ।
-ଏଥିରେ କ୍ୟାଲାରୀ କମ ମାତ୍ରାରେ ଥିବାରୁ ଏହା ଶରୀରର ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଫାଇବର ଅଧିକ ମାତ୍ରାରେ ଥିବାରୁ ଏହାକୁ ଖାଇବା ପରେ ଆମକୁ ଶୀଘ୍ର ଭୋକ ହୁଏନାହିଁ, ଫଳରେ ଅଧିକ ଖାଇବାରୁ ଆମେ ରକ୍ଷା ପାଇଥାଉ ।

Spread the love