ଫୁଲକୋବି ମଞ୍ଚୁରିଆନ

ଆବଶ୍ୟକୀୟ ସାମଗ୍ରୀ:

ଗୋଟେ ମିଡ଼ିଅମ ସାଇଜର ଫୁଲ କୋବି, ୩ ରୁ ୪ କପ ମଇଦା, ଗୋଟେ ଚାମଚ କର୍ଣ୍ଣଫ୍ଲୋର, ସ୍ବାଦ ଅନୁସାରେ ଲୁଣ, ୨ ଟି ଶୁଖୁଲା ଲଙ୍କା, ଗୋଟେ କଞ୍ଚା ଲଙ୍କା, ଅଧା ଚାମଚ ଲଙ୍କା ଗୁଣ୍ଡ, ଦେଢ଼ ଚାମଚ ରସୁଣ ପେଷ୍ଟ, କଟା ଯାଇଥିବା ପିଆଜ, କିଛି ଚାଇନିଜ ସଲ୍ଟ, ୨ ଚାମଚ ସୋୟା ସସ୍, ୨ ରୁ ୩ ଚାମଚ ଟମାଟୋ ସସ୍, ଗୋଟେ କ୍ୟାପ୍ସିକମ, ଛାଣିବା ପାଇଁ ତେଲ ଇତ୍ୟାଦି ।
ପ୍ରସ୍ତୁତି ପ୍ରଣାଳୀ:
ଫୁଲକୋବି ମଞ୍ଚୁରିଆନ୍ ତିଆରି କରିବା ପାଇଁ ପ୍ରଥମେ ଗୋଟେ କୋବିକୁ ଛୋଟ ଛୋଟ କରି କାଟି ଦିଅନ୍ତୁ । ଏବେ ମଇଦା, କର୍ଣ୍ଣଫ୍ଲୋର, ଅଦା, ରସୁଣ ପେଷ୍ଟ, ଲଙ୍କା ଗୁଣ୍ଡ, ଲୁଣ ଆଦି ଭଲରେ ଗୋଳାଇ ଦିଅନ୍ତୁ । ଏବେ କଡ଼େଇରେ କିଛି ତେଲ ବସାଇ ଏହାକୁ ଗରମ କରିବାକୁ ଛାଡିଦିଅନ୍ତୁ । ଏବେ କୋବିକୁ ଏହି ମଇଦାରେ ବୁଡାଇ ତେଲରେ ସୁନେଲି ରଙ୍ଗର ହେବା ପର୍ଯ୍ୟନ୍ତ ଛାଣି ଦିଅନ୍ତୁ । ଏହାପରେ ଏକ ପ୍ୟାନରେ କିଛି ତେଲ ଗରମ କରି ଅଦା ଓ ରସୁଣ ପେଷ୍ଟ ଦେଇ ସେଥ‌ିରେ ଶୁଖୁଲା ଲଙ୍କା ଓ କଞ୍ଚା ଲଙ୍କା ଦିଅନ୍ତୁ ।

କିଛି ସମୟ ଭାଜିଲା ପରେ ସେଥ‌ିରେ କିଛି ଲୁଣ ଓ କଟା ଯାଇଥିବା କ୍ୟାପ୍ସିକମ, ପିଆଜ ଦେଇ ଭାଜନ୍ତୁ । ଏବେ ସେଥ‌ିରେ ଚାଇନିଜ ଲୁଣ, ସୋୟା ସସ୍, ଟମାଟୋ ସସ୍ ଆଦି ଦେଇ ଭଲ ଭାବେ ଗୋଳାନ୍ତୁ । ଏବେ ସେଥ‌ିରେ କୋବିକୁ ପକାଇ ଗୋଟେ ଚାମଚ କର୍ଣ୍ଣଫ୍ଲୋର ଛିଞ୍ଚିବା ପରେ ଭଲ ଭାବେ ଗୋଳାଇ ଗ୍ୟାସ ବନ୍ଦ କରି ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଫୁଲକୋବି ମଞ୍ଚୁରିଆନ୍ । ଏହାକୁ ଗରମ ଗରମ ଖାଇ ଏହାର ମଜା ନିଅନ୍ତୁ ।

Spread the love