CBI ଏବଂ ED ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧିକଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ ୧୪/୧୧ : ଜାତୀୟ ତଦନ୍ତକାରୀ ବ୍ୟୁରୋ (CBI) ଏବଂ ପ୍ରବର୍ତ୍ତନ ନିର୍ଦେଶାଳୟ (ED)ର ନିର୍ଦେଶକଙ୍କ କାର୍ଯ୍ୟକାଳ ୫ ବର୍ଷ ବୃଦ୍ଧି ପାଇଛି । କେନ୍ଦ୍ର ସରକାର ଏ ନେଇ ଅଧ୍ୟାଦେଶ ଜାରି କରିଛନ୍ତି । ପୂର୍ବରୁ କେନ୍ଦ୍ରୀୟ ଏଜେନ୍ସିର ପ୍ରମୁଖମାନଙ୍କ କାର୍ଯ୍ୟକାଳ ୨ ବର୍ଷ ରହୁଥିଲା ଯାହାକି ଏଣିକି ୫ ବର୍ଷ ହେବ ।

ବର୍ତ୍ତମାନ ଯାଏଁ କେନ୍ଦ୍ରୀୟ ଏଜେନ୍ସି ମୁଖ୍ୟମାନଙ୍କ କାର୍ଯ୍ୟକାଳ ୨ବର୍ଷ ରହିଛି । କେବଳ ଆକସ୍ମିକ ବିୟୋଗ କିମ୍ବା ଅନ୍ୟ କୌଣସି ଅପରାଧିକ ମାମଲାକୁ ଛାଡି ଅନ୍ୟ କୌଣସି କାରଣ ପାଇଁ କାର୍ଯ୍ୟକାଳ ପୂର୍ବରୁ ସେମାନଙ୍କ ହଟାଯାଇପାରିବ ନାହିଁ । କେନ୍ଦ୍ର ସରକାର ଚାହିଁଲେ କାର୍ଯ୍ୟକାଳ ଆଉ ଏକ ବର୍ଷ ପାଇଁ ବଢାଇ ପାରିବେ ।

୧୯୯୭ ମସିହା ପୂର୍ବରୁ ସିବିଆଇ କିମ୍ବା ଇଡି ନିର୍ଦେଶକଙ୍କ କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟକାଳ ନଥିଲା । କେନ୍ଦ୍ର ସରକାର ଯେତେବେଳେ ଚାହିଁଲେ ଦାୟିତ୍ବରୁ ଅବ୍ୟାହତି ଦେଉଥିଲେ । କିନ୍ତୁ ୧୯୯୭ ପରଠାରୁ ଜାତୀୟ ତଦନ୍ତକାରୀ ବ୍ୟୁରୋ (CBI) ଏବଂ ପ୍ରବର୍ତ୍ତନ ନିର୍ଦେଶାଳୟ (ED) ନିର୍ଦେଶକଙ୍କ କାର୍ଯ୍ୟକାଳ ପ୍ରଥମ ଥର ପାଇଁ ୨ ବର୍ଷ ଲେଖାଏଁ ରଖାଯାଇଥିଲା । ଏବେ ଏକ ନୂଆ ଅଧ୍ୟାଦେଶ ଆଣି CBI ଏବଂ ED ନିର୍ଦେଶକଙ୍କ କାର୍ଯ୍ୟକାଳକୁ ୨ ବର୍ଷରୁ ୫ ବର୍ଷକୁ ବୃଦ୍ଧି କରିଛନ୍ତି ।

Spread the love