ସୋର ସେକ୍ସନର ସିଗ୍‌ନାଲ ଜେଇଙ୍କ ଭଡ଼ାଘର ସିଲ୍‌ କଲା ତଦନ୍ତକାରୀ ସଂସ୍ଥା

ବାହାନଗା ଟ୍ରେନ ଟ୍ରାଜେଡି ଘଟଣାରେ ଆକ୍ସନ ମୋଡରେ ସିବିଆଇ। ସୋର ସେକ୍ସନର ସିଗ୍‌ନାଲ ଜେଇ ଅମୀର ଖାନଙ୍କ ସୋରସ୍ଥିତ ଭଡ଼ାଘର ସିଲ୍‌ କଲା ତଦନ୍ତକାରୀ ସଂସ୍ଥା। ଦୁର୍ଘଟଣା ପର ଠାରୁ ସିବିଆଇ ସ୍କାନରରେ ଥିଲେ ଅମୀର ଖାନ। ତାଙ୍କ ଭଡ଼ାଘରକୁ ସଂପୂର୍ଣ୍ଣ ସିଲ୍‌ କରି ତନାଘନା କରୁଛି ସିବିଆଇ ଟିମ୍‌। ତେବେ ତାଙ୍କ ଭଡ଼ା ଘରେ ପରିବାରର କୌଣସି ସଦସ୍ୟ ନଥିବା ଜଣାପଡ଼ିଛି। ଘର ଆଗରେ ସିବିଆଇର ଏକ ଟିମ୍‌ ଜଗି ରହିଛି। ବାହାନଗା ବଜାର ଷ୍ଟେସନରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ୧୭ଦିନ ପରେ ବଡ଼ ଆକ୍ସନ ନେଇ ସିବିଆଇ।

Spread the love