ଘୋଷଣା ହେଲା CBSEର ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ପାଠ୍ୟ ଖସଡ଼ା

ଭୁବନେଶ୍ୱର, ୦୫/୦୭: CBSEର ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ପାଠ୍ୟ ଖସଡ଼ା ଘୋଷଣା ହୋଇଛି । ଦୁଇଟି ଟର୍ମରେ ଏହି ପରୀକ୍ଷା ହେବ । ୨୦୨୧-୨୨ରେ ପରୀକ୍ଷା ହେବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରତି ଟର୍ମରେ ୫୦ ପ୍ରତିଶତ ସିଲାବସ୍‌ ରହିବ । ପ୍ରତି ଟର୍ମର ଶେଷରେ ବୋର୍ଡ ଦ୍ୱାରା ପରୀକ୍ଷା କରାଯିବ ।

ଗତ ବର୍ଷ ପରି ସଂକ୍ଷିପ୍ତ ସିଲାବସ୍‌ ଅନୁସାରେ ଏହି ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ । ତେବେ ପାଠପଢ଼ା ବୋର୍ଡର ସିଲାବସ୍‌ ଆଧାରରେ ହେବ । ଗତ ମାର୍ଚ୍ଚରେ ବୋର୍ଡ ଜାରି କରିଥିବା ସିଲାବସ୍‌ରେ ପାଠପଢ଼ା ହେବ ବୋଲି ଜଣାପଡ଼ିଛି 

Spread the love