ସିବିଏସ୍‌ଇ ଅନୁମୋଦିତ ସ୍କୁଲ୍‌ରେ ଆଡମିସନ୍‌ ପାଇଁ ଅନ୍ୟ ବୋର୍ଡର ଛାତ୍ରଛାତ୍ରୀଙ୍କୁ ଅନୁମତିର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ ୨୫/୧୧: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସବିଏସ୍‌ଇ) ଗୁରୁବାର ଏକ ବଡ଼ ଘୋଷଣା କରିଛି। କରୋନା ମହାମାରୀ ସମୟରେ ବିଦେଶରେ ପଢ଼ୁଥିବା ଛାତ୍ରଛାତ୍ରୀ  ଭାରତରେ ଯେକୌଣସି ସିବିଏସ୍‌ଇ ସ୍ବୀକୃତିପ୍ରାପ୍ତ ସ୍କୁଲ୍‌ରେ ଆଡମିସନ୍‌ ନେଇପାରିବେ। ଏଥିପାଇଁ ବୋର୍ଡରୁ କୌଣସି ପ୍ରକାର ଅନୁମତିର ଆବଶ୍ୟକତା ରହିବ ନାହିଁ।

ପୂର୍ବରୁ ବିଦେଶରେ ପଢ଼ୁଥିବା ଚାତ୍ରଛାତ୍ରୀ  ଭାରତରେ ପଢ଼ିବାକୁ ଚାହୁଁଥିଲେ ଏକ ଜଟିଳ ପ୍ରକ୍ରିୟା ଦେଇ ଗତି କରୁଥିଲେ। ଆଡମିସନ୍‌ ପାଇଁ ସ୍କୁଲ୍‌ରୁ ବୋର୍ଡକୁ ଅନୁମତି ମାଗିବାକୁ ପଡ଼ୁଥିଲା। ସିବିଏସ୍‌ଇ ପକ୍ଷରୁ ଅନୁମତି ମିଳିଲେ ହିଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ସ୍ବୀକୃତିପ୍ରାପ୍ତ ସ୍କୁଲରେ ଆଡମିସନ୍‌ ମିଳୁଥିଲା।

କରୋନା ମହାମାରୀ ପରେ ପରେ ବହୁ ପରିବାର ଭାରତକୁ ଫେରୁଛନ୍ତି। ତେଣୁ ଅନେକ ସଂଖ୍ୟକ ଛାତ୍ରଛାତ୍ରୀ ଭାରତ ଫେରିବା ପରେ ସିବିଏସ୍‌ଇ ଅନୁମୋଦିତ ସ୍କୁଲଗୁଡ଼ିକରେ ଆଡମିସନ ନେଉଛନ୍ତି ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ତେଣୁ ଏହାକୁ ନଜରରେ ରଖି ବୋର୍ଡ ପୂର୍ବ ନିୟମରେ ପରିବର୍ତ୍ତନ କରିଛି।

Spread the love