ସିବିଏସଇ ୧୨ମ, ୧୨ଶ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପରିଚାଳିତ ୧୦ମ ଓ ୧୨ଶ ବୋର୍ଡ ପରୀକ୍ଷା ଆସନ୍ତା କାଲି ଅର୍ଥାତ ବୁଧବାରଠାରୁ ଆରମ୍ଭ ହେବ । ୧୦ମ ବୋର୍ଡ ପରୀକ୍ଷା ମାର୍ଚ୍ଚ ୨୧ରେ ଶେଷ ହେବ ଓ ୧୨ଶ  ପରୀକ୍ଷା ୫ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ । ୧୦ମ ପରୀକ୍ଷା ୧୬ ଦିନ ପାଇଁ ଚାଲିବ ଓ ୧୨ଶ ପରୀକ୍ଷା ୩୬ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ସିବିଏସଇ ପକ୍ଷରୁ କୁହାଯାଇଛି ।

ସାରା ଦେଶରେ ଥିବା ୭୨୫୦ଟି କେନ୍ଦ୍ର ଓ ୨୬ଟି ଦେଶରେ ଥିବା ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ । ମୋଟ ୩୮ ଲକ୍ଷ ୮୩ ହଜାର ପିଲା ଏସବୁ ପରୀକ୍ଷା ଦେବେ । ସେମାନଙ୍କ ମଧ୍ୟରୁ ୨୧ ଲକ୍ଷ ୮୬ ହଜାର ପିଲା ୧୦ମ ବୋର୍ଡ ପରୀକ୍ଷା ଓ ୧୬ ଲକ୍ଷ ୯୬ ହଜାର ପିଲା ୧୨ଶ ପରୀକ୍ଷା ଦେବେ ବୋଲି ସିବିଏସଇ ପକ୍ଷରୁ କୁହାଯାଇଛି ।

ପରୀକ୍ଷା ସୁଚାରୁ ରୂପେ ପରିଚାଳନା ପାଇଁ ସମସ୍ତ ପ୍ରକାରର ବନ୍ଦବୋସ୍ତ କରାଯାଇଛି ବୋଲି ସିବିଏସଇ ପକ୍ଷରୁ କୁହାଯାଇଛି । ପରୀକ୍ଷା ନିୟମାବଳୀ ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ଜଣାଇଦିଆଯାଇଛି ।

Spread the love