ସିବିଏସଇ ଦଶମ ଏବଂ ଦ୍ଵାଦଶ ବୋର୍ଡ ପରୀକ୍ଷାରେ ଡିଏଭି ପୋଖରୀପୁଟ ବିଦ୍ୟାର୍ଥୀଙ୍କ ସଫଳତା

ଭୁବନେଶ୍ଵର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ପରିଚାଳିତ ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ପରୀକ୍ଷାରେ ଡିଏଭି ପୋଖରୀପୁଟ ବିଦ୍ୟାର୍ଥୀ ସଫଳତା ହାସଲ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ଦଶମ  ବୋର୍ଡ ପରୀକ୍ଷାରେ ବିଦ୍ୟାଳୟର ସାମଗ୍ରିକ ସଫଳତା ୯୦.୨୭ ପ୍ରତିଶତ ରହିଛି। ସେହିପରି ଦ୍ଵାଦଶରେ ବିଜ୍ଞାନରେ ବିଦ୍ୟାଳୟର ସାମଗ୍ରିକ ସଫଳତା ହାର ୮୪.୯୬ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟ ବିଭାଗରେ ୮୬.୫୨ ପ୍ରତିଶତ ଏବଂ କଳା ବିଭାଗରେ ୮୬.୮୦ ପ୍ରତିଶତ ରହିଛି।

ବିଜ୍ଞାନ ବିଭାଗରେ ବିଦ୍ୟାଳୟସ୍ତରରେ ରବି ନାରାୟଣ ମିଶ୍ର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ  ସଂଗ୍ରାମିକା ପଣ୍ଡା ଏବଂ ଅନୁରାଗ ମହାନ୍ତି ଯୁଗ୍ମ ଭାବେ ଦ୍ଵିତୀୟ ଏବଂ ଶିବାଂଶ ଚତୁର୍ବେଦୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ବାଣିଜ୍ୟ ବିଭାଗରେ ଅନୁଭବ ସାହୁ ଏବଂ କଳା ବିଭାଗରେ ନିର୍ଲିପ୍ତା ମହାପାତ୍ର ବିଦ୍ୟାଳୟସ୍ତରରେ ପ୍ରଥମ ସ୍ଥାନ ହାସଲ କରିଛି।

ଦଶମ ବୋର୍ଡ ପରୀକ୍ଷାରେ ମୋଟ୍ ୧୮୮ ଛାତ୍ର-ଛାତ୍ରୀଙ୍କ ମଧ୍ୟରୁ ୧୨ ଜଣ ବିଦ୍ୟାର୍ଥୀ ୯୦ ପ୍ରତିଶତରୁ ଉର୍ଦ୍ଧ୍ଵ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଆଦିତ୍ୟ ପ୍ରଧାନ ୯୯.୮୦ପ୍ରତିଶତ ନମ୍ବର ସହ ପ୍ରଥମ, ପ୍ରିୟାଶା ପଟ୍ଟନାୟକ ୯୯.୪୦ ପ୍ରତିଶତ ସହ ଦ୍ଵିତୀୟ ଏବଂ ୯୯.୨୦ ପ୍ରତିଶତ ନମ୍ବର ସହ ବିସ୍ମିତ୍ ସାହୁ ଏବଂ ଶ୍ରେୟା ସାହୁ ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ଏହି ସଫଳତା ପାଇଁ ବିଦ୍ୟାଳୟର ପରିଚାଳନା ସମିତିର ଚେୟାରମ୍ୟାନ ଡ.ଅରୁଣ କୁମାର ରଥ, ଡିଏଭି ସମୂହ ଓଡିଶା  ଜୋନର ଆଞ୍ଚଳିକ ଅଧିକାରୀ ଡ.କେଶବ ଚନ୍ଦ୍ର ଶତପଥୀ ଏବଂ ଡିଏଭି ଜୋନ-୧ର ସହ ଆଞ୍ଚଳିକ ଅଧିକାରୀ ତଥା ବିଦ୍ୟାଳୟର ଅଧ୍ୟକ୍ଷା ଡ. ସୁଜାତା ଏହି ସଫଳତା ପାଇଁ ଛାତ୍ର-ଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଉତ୍ତରତ୍ତୋର କାମନା କରିଛନ୍ତି।

Spread the love