CAR -T ସେଲ ଥେରାପି ଆରମ୍ଭ କରିବାକୁ ଯାଉଛି ଭାରତ

ବ୍ଲଡ କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର। ବ୍ଲଡ କ୍ୟାନସର ଚିକିତ୍ସା ପାଇଁ ଭାରତରେ ଏକ ଅତ୍ୟାଧୁନିକ ଚିକିତ୍ସା ପ୍ରଣାଳୀକୁ ଅନୁମୋଦନ କରାଯାଇଛି। ସେଣ୍ଟ୍ରାଲ ଡ୍ରଗ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ ବିଶେଷଜ୍ଞ କାର୍ଯ୍ୟ କମିଟିର ସୁପାରିଶ କ୍ରମେ ଭାରତର ପ୍ରଥମ ସ୍ବଦେଶୀ କାଇମେରିକ ଆଣ୍ଟିଜେନ ରିସେପ୍ଟର ବା CAR -T ସେଲ ଥେରାପି ଆରମ୍ଭ କରିବାକୁ ଯାଉଛି। ଏହି ଚିକିତ୍ସା ଗମ୍ଭୀର ଲିମ୍ଫୋସାଇଟିକ ଲ୍ୟୁକେମିଆ ଏବଂ ବି-ସେଲ ଲିମ୍ଫୋମା ପରି କ୍ୟାନସର ରୋଗର ଚିକିତ୍ସାରେ ବ୍ୟବହୃତ ହେବ। ଏହି ଥେରାପିରେ କ୍ୟାନସର ରୋଗୀଙ୍କଠାରୁ ଶ୍ଵେତରକ୍ତ କଣିକା ସହିତ ଟି କୋଷିକା ବାହାର କରାଯାଇଥାଏ। ଏହା ପରେ, ସେଗୁଡିକୁ ଲାବୋରେଟୋରୀକୁ ଅଣାଯାଇ ଟି କୋଷିକା ଏବଂ ଶ୍ୱେତରକ୍ତ କଣିକାକୁ ଅଲଗା କରାଯାଇଥାଏ।  ଏହା ପରେ ଏଗୁଡିକୁ ପୁନର୍ବାର ରୋଗୀ ଶରୀରରେ ପ୍ରବେଶ କରାଯାଇଥାଏ। ଏହି ପ୍ରକ୍ରିୟା କେବଳ ଥରେ କରାଯାଏ। ରୋଗୀର ଶରୀରରେ ପ୍ରବେଶ କରିବା ପରେ, ଟି କୋଷଗୁଡ଼ିକ କ୍ୟାନସର ସହ ଲଢିବା ସହ ଭିତରୁ ସେଗୁଡିକୁ ନଷ୍ଟ କରିଥାନ୍ତି।

Spread the love